No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର ଶୁକ୍ରବାର) ବରଗଡ଼ :- ଆଜି ନିଜର ଦୀର୍ଘ ଦିନର ଭିଟାମାଟି କୁ ଛାଡ଼ିଲେ ବିସ୍ଥାପିତ ୪୧ପରିବାର । ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜବାହାଲ ନାମରେ ଗୋଟିଏ ଗାଆଁ ଥିଲା, ଯାହା ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା । ଏଇ ଗ୍ରାମରଲୋକେ ସେଠାରୁ ବି ବିସ୍ଥାପିତ ହୋଇ ଘୁଘୁରା ଖୋଲ ପାହାଡ ତଳେ ଆଶ୍ରୟ ନେଇଥିଲେ । ଯାହା ବର୍ତ୍ତମାନ ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତ ର ଲାମ୍ବିପାଲି ଗାଆଁ ନାମରେ ପରିଚିତ । ଜଙ୍ଗଲ ପରିବେଷ୍ଠିତ ଏହି ଅଞ୍ଚଳରେ ବାଘ ଭାଲୁ ଆଦି ହିଂସ୍ର ଜନ୍ତୁଙ୍କ ଭୟ ଏବେ ମଧ୍ୟ ରହିଛି । ତଥାପି ଜୀବନ ଜିଇଁବାକୁ ଯେଉଁଠି ହେଲେ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବ । ତେଣୁ ପ୍ରତି ମୁହୂର୍ତ୍ତରେ ସେମାନେ ସଂଘର୍ଷ କରି ଚାଲିଥିଲେ ନିଜର ସର୍ବସ୍ବ ତ୍ୟାଗ କରି ।

ପେଟ ପାଟଣା ପାଇଁ ଯେମିତି ଏହି ଜଙ୍ଗଲ ସାଜିଥିଲା ଏମାନଙ୍କ ପାଇଁ ଦରଦୀ ସାଥି ଟିଏ।ଜଙ୍ଗଲରୁ ଜଙ୍ଗଲା ଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରଥମେ କୁଡ଼ିଆରେ ଏମାନେ ଦିନ ବିତାଉଥଲେ । ଟିକିଏ ଅନ୍ଧାର ହେଲେ କେହି ଘରୁ ବାହାରୁ ନଥିଲେ । ଧିରେ ଧିରେ ଏମାନେ ଅଭ୍ୟସ୍ତ ହୋଇଗଲେ ସେଇ ଅଞ୍ଚଳ ସହିତ । ମହୁଲ ଫୁଲ ଗୋଟାଇ,କେନ୍ଦୁ ପତ୍ର ତୋଳି ଓ ପତ୍ର ତିଆରି ଖଳି ଦନା ଓ ଝାଡୁ ତିଆରି କରି ବିକ୍ରୟ କରି ଜୀବିକା ନିର୍ବାହ କରିଚାଳିଲେ । ଆଜିକୁ ଦୀର୍ଘ ୭୭ ବର୍ଷ ଧରି ସେମାନେ ଏହି ଜଙ୍ଗଲ ସହିତ ବେଶ୍ ପରିଚିତ ହୋଇଯାଇଥିଲେ । ଏଇ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ଦେଶ ତଥା ରାଜ୍ୟ ବିକାଶ କ୍ଷେତ୍ର ରେ ଆଗେଇ ଚାଲିଲା । ସରକାର ପ୍ରତି ଗ୍ରାମର ବିକାଶ ପାଇଁ ଯୋଗାଯୋଗ ,ଶିକ୍ଷା,ବ୍ୟାଙ୍କ୍ ସେବା,ସ୍ବାସ୍ଥ୍ୟ ସେବା ସାଙ୍ଗକୁ ଘର,ଶୌଚାଳୟ,ଆଦି ଅନେକ ପ୍ରକାର ସୁବିଧା କରିଚାଲିଲେ । ପ୍ରତି ଗାଆଁ ମାନଙ୍କରେ ପାନୀୟ ଜଳର ସୁବିଧା,ବିଦ୍ୟୁତ୍ ସଂଯୋଗ ଆଦି ସୁବିଧା ଦେଲେ ।
କିନ୍ତୁ ଏମାନେ ସବୁ ସୁବିଧାରୁ ବଞ୍ଚିତ ରହିଥିଲେ । ଅକ୍ଲାନ୍ତ ପରିଶ୍ରମ କରି କିଛି ଲୋକ ମାଟି ଘର ଖଣ୍ଡିଏ ଲେଖାଏଁ ନିର୍ମାଣ କଲେ । ହେଲେ ପିଲାମାନଙ୍କ ପାଠ ପଢl, ସ୍ବାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଭଳ ରାସ୍ତା ତଥା ପାଖରେ ଡାକ୍ତରଖାନାର ସୁବିଧା କିମ୍ବା ବିଦ୍ୟୁତ୍ ସଂଯୋଗ ଆଦି କୌଣସି ସୁବିଧା ଏମାନଙ୍କ ଭାଗ୍ୟରେ ଜୁଟି ନଥିଲା । ସବୁଠାରୁ ବଡ଼ ଦୁଃଖର କଥା ଯେ ଆଜି ପର୍ଯ୍ୟନ୍ତ ଏହି ୪୧ ପରିବାରର କେହି ହେଲେ ପାଠପଢି ଆଗକୁ ବଢ଼ିପାରି ନାହାନ୍ତି । ବର୍ତ୍ତମାନ ପୁଣିଥରେ ବିସ୍ଥାପିତ ହୋଇଛନ୍ତି । ସେମାନେ ରହୁଥିବା ଜଙ୍ଗଲ ସଂରକ୍ଷିତ ହୋଇଥିବା ଦୃଷ୍ଟି ରୁ ବିଭାଗୀୟ ଙ୍କ ପକ୍ଷରୁ ଏହି ଗ୍ରାମ କୁ ପୁଣି ଥରେ ଉଚ୍ଛେଦ କରିଛନ୍ତି । ହେଲେ ଅନେକ ବର୍ଷ ରୁ ସରକାରୀ ସୁବିଧାରୁ ବଂଚିତ ଏମାନେ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇଲେ ।

ସରକାର ଏମାନଙ୍କର ପୁନଃ ଥଇଥାନ ପାଇଁ ସ୍ଥାୟୀ ବନ୍ଦୋବସ୍ତ ପ୍ରତି ଚିନ୍ତା କରି ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ କନ୍ତଳ ଗ୍ରାମରେ ଅସ୍ଥାୟୀ ଭାବରେ ଆଜବେଷ୍ଟସ ଛାଉଣୀ ଘର ତିଆରି କରିଦେଇଛନ୍ତି । ଯେଉଁଠି ପାନୀୟ ଜଳ, ଯୋଗାଯୋଗ,ରାସ୍ତାଘାଟ ସହ ବିଜୁଳି ସଂଯୋଗ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଏମାନଙ୍କ ନାମରେ ୧୫ଲକ୍ଷ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା ରହିବ, ବିସ୍ଥାପିତ ହେବା ପରେ ଏକ ଲକ୍ଷ ଟଙ୍କା କାଢି ପାରିବେ । ଅବଶିଷ୍ଟ ୧୪ଲକ୍ଷ ଟଙ୍କା ଜମାହୋଇ ରହିବ ଓ ତାର ସୁଧ ବାହାର କରି ଏମାନେ ଚଳିବେ । ଏହା ବ୍ୟତୀତ ଏମାନେ ବିସ୍ଥାପିତ ହେବା ପରେ କିଛି କାମଧନ୍ଦା ନ ପାଇବା ପର୍ଯ୍ୟନ୍ତ ତିନି ମାସ ଧରି ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ । ୩ ବର୍ଷ ପରେ ଏହି ଟଙ୍କା ଉଠାଇ ଏମାନେ ନିଜ ନିଜର ବ୍ୟବସାୟ କରିପାରିବେ ବୋଲି ଜଣାପଡିଛି । ପରେ ଏମାନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦିଆଯିବ ।

ପ୍ରତି ପରିବାର ପାଇଁ ୧୦ ଡିସିମିଲ ଲେଖାଏଁ ଯାଗା ଦିଆଯିବ ବୋଲି ଜଣାପଡିଛି । ଯାହା ତାଙ୍କର ସ୍ଥାୟୀ ଘର ରୂପେ ପରିଚିତ ହେବ । ଆଜି ସେମାନେ ତାଙ୍କର ଅସ୍ଥାୟୀ ଘରକୁ ବିସ୍ଥାପିତ ହୋଇଛନ୍ତି ତାଙ୍କର ଭିଟାମାଟି କୁ ଛାଡ଼ି । ଦ୍ଵିତୀୟ ଥର ପାଇଁ ସେମାନେ ଆଜି ବିସ୍ଥାପିତ ହେଉଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଯେତେବେଳେ ନିଜ ଗ୍ରାମ ସlହାଜ ବାହାଲ୍ ରୁ ବିସ୍ଥାପିତ ହୋଇଥିଲେ ସର୍ବହରା ହୋଇ ଆସିଥିଲେ । କିନ୍ତୁ ଏଥର କିଛି ନୂଆଁ ଆଶା ରହିଛି,ସରକାର ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ଆଶା ରହିଛି । ଆଶା ରହିଛି ଭାଗ୍ୟୋଦୟର । ତଥାପି ଦୀର୍ଘ ବର୍ଷ ଧରି ରହି ଆସୁଥିବା ସେଇ ଭିଟାମାଟି ଛାଡ଼ି ଯିବା ବେଳେ ସେମାନଙ୍କ ମୁହଁରେ ଥିଲା ଦୁଃଖଭରl ହସ,ଆଉ ଆଖିରେ ଥିଲା ଲୁହ ।
ଦୀର୍ଘ ୭୭ ବର୍ଷ ଧରି ନିଜ ସୁଖ ଦୁଃଖର ସାଥୀ ସେଇ ବଣ ପାହାଡ଼ ଘେରା ଭୂଇଁ,ଯେଉଁ ଭୂଇଁ ତାଙ୍କୁ ଅବେଳରେ ଆଶ୍ରୟ ଦେଇଥିଲା, ମୃତ୍ୟୁ ସହିତ ସଂଗ୍ରାମ କରି ବଞ୍ଚିବା ଶିଖାଇଥିଲl, ତାକୁ ଛାଡି ଯିବା ଏହି ସରଳ ଜଙ୍ଗଲ ଅଧିବାସୀ ଙ୍କ ପାଇଁ ବଡ ହୃଦୟ ବିଦାରକ ହୋଇଥିଲା । କିନ୍ତୁ ସେଇ ଦୁଃଖ ଭିତରେ ରହିଥିଲା ନୂତନ ଆଶାର ଏକ କ୍ଷୀଣ ଆଲୋକର ଆଭା ,ଯେଉଁ ଆଶା ତାଙ୍କୁ ନୂତନ ଆଲୋକ ପଥରେ ନେବ,ଅତୀତକୁ ଭୁଲିବାକୁ ସlହଯ୍ୟ କରିବ । ଆଜି ସେମାନେ ତାଙ୍କ ଅତି ଆପଣାର ବଣ ଭୁଇଁ କୁ ଛାଡି ପାଦ କlଢ଼ିଛନ୍ତି ,କିନ୍ତୁ ଏହା ପୂର୍ବରୁ ,ଗତ ୧୩ ତାରିଖ ଦିନ ସେମାନେ ନିଜର ଗ୍ରାମଦେବୀ ଛକୋର ଚଉରାଶି ଓ ହନୁମାନ ଙ୍କୁ ନେଇ ସେଇ ନୂତନ ଗୃହରେ ,ଯେଉଁଠିକୁ ସେମାନେ ବିସ୍ଥାପିତ ହେବେ ,ସେଇ ସ୍ଥାନକୁ ନିର୍ଦ୍ଧାରିତ ଲଗ୍ନ ଓ ରୀତିନୀତି ସହ ସ୍ଥାପନା କରି ଆସିଥିଲେ । ଏହି ସରଳ ଆଦିବାସୀଙ୍କ ଭବିଷ୍ୟତ ଜୀବନ ଯାପନ ଉନ୍ନତ ହେଉ ଏହି ଆଶା ପୋଷଣ କରିଛନ୍ତି ରାଜ୍ୟ ସରକାର ।

No Result
View All Result