No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର୨୦୨୧ ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ହାଟ ପଡିଆରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତି ପ୍ରତିଷ୍ଠାର ୧୦ମ ବାର୍ଷିକ ମହୋତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପବିତ୍ର ଧନୁସଂକ୍ରାନ୍ତି ଉପଲକ୍ଷେ ଆଜି ପ୍ରତ୍ୟୁଷ ସାଢେ ୬ଟାରେ ମହାପ୍ରଭୂ ଯୁଗଳପ୍ରତିମାଙ୍କ ମହାସ୍ନାନ, ବଡସିଂହାର, ଶୁଭାଧିବାସ ଓ କଳସ ସ୍ଥାପନା ହୋଇଥିଲା । ପରେ ମଙ୍ଗଳଆଳତି ହୋଇ ଷୋଡୋଶ ପୂଜା ଉପଚାର ହୋଇଥିଲା । ନୈବିଦ୍ୟ ପରେ ମୁଖ୍ୟପୂଜକ ରଘୁନାଥ ପାଣିଗ୍ରାହୀଙ୍କ ତତ୍ୱାବଧନାରେ ପରମାନନ୍ଦ ପଣ୍ଡା, ବିଷ୍ଣୁ ଚରଣ ପାଢି ପ୍ରମୁଖ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦପାଠ ପୂର୍ବକ ୧୦୮ଘୃତାହୂତି ଦେଇ ଯଜ୍ଞାରମ୍ଭ କରାଯାଇଥିଲା ବେଳେ କର୍ତାଭବେ ପ୍ରଭାତ ପଥାଳ ଓ ତାଙ୍କ ପତ୍ନୀ ମନ୍ଦାକିନୀ ସଂକଳ୍ପରେ ବସିଥିଲେ ।

ଏହି ମହୋତ୍ସବ ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେଉଥିଲା ବେଳେ ବିଶ୍ୱମହାମାରୀ କରୋନା ଲାଗି ନିତୀ ନୟମ ଅନୁଯାୟୀ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଆଜି ମହୋତ୍ସବର ପ୍ରଥମ ଦିବସରେ ଦିନତମ ଭକ୍ତଙ୍କ ସମାଗମ ଲାଗି ରହିଥିଲା । ସ୍ୱତବଭାବେ ସମସ୍ତ ଭକ୍ତଙ୍କୁ ତୁଣ୍ଡି ପରିଧାନ ଓ ସାମାଜିକ ଦୂରତା କ୍ରମେ ପୂଜାଅର୍ଚ୍ଚନା କରିବାକୁ କମିଟି ପକ୍ଷରୁ ସୂଚିତ କରାଯାଉଛି । ସନ୍ଧ୍ୟାରେ ସ୍ଥାନୀୟ ଅଂଚଳରେ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତନ ପର୍ଯ୍ୟାୟ କ୍ରମେ କରାଯାଇଥିଲା ବେଳେ ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ‘ଭକ୍ତି ମହ୍ଲାର ଭଜନ ସନ୍ଧ୍ୟା ଗ୍ରୁପ’ ଦ୍ୱାରା ପରିବେଶଣ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ପିସିସି ସଭାନେତ୍ରୀ ବନ୍ଦିତା ପରିଡା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । କମିଟିର ସଭାପତି ଚକ୍ରଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅଥିତିଭାବେ ସ୍ଥାନୀୟ ସରପଂଚ ସୁଶାନ୍ତକୁମାର ସାହୁ ଯୋଗଦେଇଥିଲେ । ବରିଷ୍ଠ ସଦସ୍ୟ ଅନନ୍ତଚରଣ ମଲ୍ଲିକ ସଂଚାଳନା କରିଥିଲା ବେଳେ ରାଘବ ସାହୁ ସହଯୋଗିତା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂପାଦକ ରଘୁନାଥ ସାହୁ, ମୁଖ୍ୟସେବକ କରୁଣାକର ବିନ୍ଧାଣୀ, ପୁରସ୍ତମ ସାହୁ, ଅକ୍ଷୟକୁମାର ଗୁରୁ, ଧନେଶ୍ୱର ନାଥ, ଗଙ୍ଗାଧର ସାହୁ, ଗଜେନ୍ଦ୍ର ମହାକୁଡୁ, ବାଇଧର ବେହେରା, ହିମାଂଶୁଶେଖର ସାହୁ, ରବୀନ୍ଦ୍ର ସାହୁ, ଅରୁଣକୁମାର ସାହୁ, ସସ୍ମିତା ପଥାଳଙ୍କ ସମେତ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟ ସହଯୋଗିତା କରିଥିଲେ । ଶୃଙ୍ଖଳା ରକ୍ଷାନିମନ୍ତେ ଶଙ୍ଖଚିଲା ଫାଣ୍ଡି ପୁଲିସ ଉପସ୍ଥିତ ରହିଥିଲେ ।

No Result
View All Result