No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) ବରଗଡ଼ :- ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବଣ ଅଵସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିର ରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକ ଠାରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଆରମ୍ଭ ହୋଇଥିଲା । ରକ୍ତ ସଂଗ୍ରହ ମୋବାଇଲ ଭ୍ୟାନ ମଧ୍ୟରେ ରକ୍ତ ଦାନ ଚାଲିଥିଲା ।
ସୁରକ୍ଷା ମଂଚ ର ଆବାହକ ପବିତ୍ର ଦେହେରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ରକ୍ତଦାତା ମାନେ ହେଲେ ଉଦ୍ଧବ ମହାନନ୍ଦ, ଗୁରୁଚରଣ ହରପାଲ,କ୍ଷେତ୍ର ମୋହନ ମେହେର, ଦିନେଶ ଅଗ୍ରୱାଲ,ସୁଭମ ରାୟ, ଏସ ଏସ ରେଡ୍ଡୀ, ପପ୍ପୁ ଖାଁ,ପାଣ୍ଡବ କର୍ଣ, ଅନିତା କର୍ମି, ମୃତ୍ୟୁଞ୍ଜୟ କର୍ଣ, ଅକ୍ଷୟ କର୍ଣ, ସଂଜୀଵ କର୍ଣ, ସମୀର କର୍ଣ, ଶ୍ରଦ୍ଧା କର୍ଣ,ଦୀପକ ସାହୁ, ଜଗଦୀଶ ତାଣ୍ଡି, ମନୋଜ ଅଗ୍ରୱାଲ, ମରିୟମ ବାର୍ଳା, ମାର୍କେଟ ତାଣ୍ଡି, ଗୋପୀନାଥ ପାତ୍ର, ରଘୁନାଥ ଦୋରା । କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଅଲିମ ରିଜବି, ଅସିତ ସାହୁ ।

No Result
View All Result