No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ପଦ୍ମପୁର :- ଗତ ସେପ୍ଟେମ୍ବର ମାସରୁ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତର କୁକ୍ରୀପାଲି ଓ କେଉଁଦାଦାର ଗ୍ରାମର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ମନରେଗା ଯୋଜନାରେ କାର୍ଯ୍ଯ କରିଥିଲେ ସୁଦ୍ଧା ୪ ମାସ ବିତି ଯାଇଥିଲେ ମଧ୍ଯ ୬ ଲକ୍ଷ ଟଙ୍କା ସରପଞ୍ଚ ଓ ବିଡିଓ ଙ୍କ ବିବାଦ ଯୋଗୁଁ ଗରିବ,ଆଦିବାସୀ ଶ୍ରମିକ ମାନେ ପାଉଣା ପାଇଁ ନାହାନ୍ତିଁ । ବାରମ୍ବାର ବିଡିଓଙ୍କ ଦ୍ୱାରସ୍ଥ ହେଲେ ମଧ୍ଯ କେହିଁ ଶ୍ରମିକ ମାନଙ୍କ କଥା ଶୁଣୁ ନାହାଁନ୍ତି । ଏଠାରେ ପ୍ରକାଶ ଯୋଗ୍ଯ ଯେ ରାଜ୍ୟ ଶ୍ରମିକ ମାନଙ୍କୁ ରାଜ୍ୟ ଭିତରେ ଶ୍ରମ ଯୋଗାଇ ଦେବା ଉଦ୍ଦେଶ୍ଯ ରେ କୋଟି କୋଟି ଟଙ୍କା ମନରେଗା ଯୋଜନାରେ ସାରା ରାଜ୍ଯରେ କାମ ଚାଲିଛି ।
କେନ୍ଦ୍ର ସରକାର ମଧ୍ଯ ଆବଶ୍ୟକ ଅର୍ଥ ଯୋଗାଇ ଦେଉଛନ୍ତି । ଝାରବନ୍ଧ ବ୍ଲକରେ ହଜାର ସଂଖ୍ୟାରେ ଶ୍ରମିକ ମାନେ ମନରେଗା ଯୋଜନାରେ କାର୍ଯ୍ଯ କରିଥିଲେ ମଧ୍ଯ ଦୀର୍ଘ ଦିନ ଧରି ମଜୁରୀ ପାଉନାହାନ୍ତି । ଯାହା ଫଳରେ ଶ୍ରମିକ ମାନଙ୍କ ଭିତରେ ଅସନ୍ତୋଷ ବଢି ଚାଲିଛି । ଏହି ବ୍ଲକର ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ କୁକ୍ରୀପାଲି ଓ ଉରେଦାଦାର ଗ୍ରାମ ୧୫୦ ଜଣ ଶ୍ରମିକ ଗତ ସେପ୍ଟେମ୍ବର ମାସରେ ଲାଲମାଟିଆ ଡୁଙ୍ଗୁରୀରେ ଡ୍ରେନ କାମରେ ଗ୍ରାମ ପଞ୍ଚାୟତ ଦ୍ବାରା ନିଯୁକ୍ତି ହୋଇ କାମ କରିଥିଲେ । ଏହି ଶ୍ରମିକ ମାନଙ୍କ ମଜୁରୀ ବାବଦ ୬ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ୪ମାସ ହେଲା ବାକିଅଛି ।
ମାଷ୍ଟର ରୁଲ ଓ ଅନ୍ଯାନ୍ଯ କାଗଜ ପତ୍ରରେ ଭଣ୍ଡାରପୁରୀ ସରପଞ୍ଚ ଦସ୍ତଖତ ଦେଉ ନଥିବାରୁ ଶ୍ରମିକ ମାନେ ଟଙ୍କା ପାଉନଥିବା କୁହା ଯାଉଛି । ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତରେ ଭଣ୍ଡାରପୁରୀ ସରକାରୀ ହାଇସ୍କୁଲରେ ୫ଟିର ୮୦ ଲକ୍ଷ ଟଙ୍କାର ଏକ ବିଲଡିଙ୍ଗ କାମ ସରପଞ୍ଚ କରୁଥିବା ବେଳେ ଅଧା କାମରୁ ସରପଞ୍ଚ କୁ ହଟାଇ ବ୍ଲକ ଚ୍ଯାରମେନ ଏହି କାର୍ଯ୍ୟ ନିଜ ଲୋକ ଜରିଆରେ କାର୍ଯ୍ଯ ଆରମ୍ଭ କରିବାରୁ ସରପଞ୍ଚ ଓ ବିଡିଓଙ୍କ ଭିତରେ ବିବାଦ ହେବାରୁ ସରପଞ୍ଚ ଏବେ ଗ୍ରା:ପ:ର କୌଣସି କାଗଜ ପତ୍ର ଦସ୍ତଖତ ଦେଉନଥିବାରୁ ଏହି ସମସ୍ଯା ସୃଷ୍ଟି ହୋଇଥିବା ଜଣାଯାଏ ।
ଆଜି ବିଡିଓଙ୍କୁ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକ ମାନଙ୍କୁ ମଜୁରି କାହିଁକି ମିଳୁ ନାହିଁ ବୋଲି ପଚାରିବାରୁ ବିଡିଓ ନୁଆଁ ଯୋଗ ଦେଇଥିବା କହିଁ ନିଜର ଅସହାୟତା ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ ଓ ପିଡିଙ୍କ ନିରବତା ଶ୍ରମିକ ମାନଙ୍କୁ ବ୍ଯଥିତ କରୁଛି ।

No Result
View All Result