• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସକାଳର ପ୍ରଥମ ଜନ୍ମବାର୍ଷିକୀ ବିପର୍ଯ୍ୟୟ ପରିଚାଳନାରେ ପାରଦର୍ଶିତା ହାସଲ କରିଛି ଓଡ଼ିଶା

Proprietor Abhimanyu Maharana by Proprietor Abhimanyu Maharana
December 5, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସକାଳର ପ୍ରଥମ ଜନ୍ମବାର୍ଷିକୀ ବିପର୍ଯ୍ୟୟ ପରିଚାଳନାରେ ପାରଦର୍ଶିତା ହାସଲ କରିଛି ଓଡ଼ିଶା

????????????????????????????????????

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ଭୁବନେଶ୍ୱର :- ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପାରଦର୍ଶିତା ହାସଲ କରିଛି । ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଅନେକ ଭଲ କାର୍ଯ୍ୟ କରୁଛି, ଯାହା ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ସ୍ଥାନ ପାଉଛି । ଓଡ଼ିଶାରେ ସାମ୍ପ୍ରଦାୟିକ ସଦଭାବ ମଧ୍ୟ ଅନନ୍ୟ ବୋଲି କହିଛନ୍ତି ବିଖ୍ୟାତ ସାମ୍ୱାଦିକ ତଥା \”ଦି ପ୍ରିଣ୍ଟ‘ର ପ୍ରତିଷ୍ଠାତା ସମ୍ପାଦକ ପଦ୍ମଭୂଷଣ ଶେଖର ଗୁପ୍ତା । ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଠିତ \”ସକାଳ\’ର ପ୍ରଥମ ବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ଦୀର୍ଘଦିନ ଧରି ଏକ ସ୍ଥିର ସରକାର ରହିଛି । ଏହି ସମୟ ମଧ୍ୟରେ କେବଳ କନ୍ଧମାଳରେ ମାତ୍ର ଥରେ ଦଙ୍ଗା ସଙ୍ଗଠିତ ହୋଇଥିଲା ।

ହେଲେ ଏହା ପରେ ଏପରି କାଣ୍ଡ ଜମା ଦେଖିବାକୁ ମିଳିନାହିଁ । ଏହା ଓଡ଼ିଆ ଲୋକଙ୍କ ଶାନ୍ତିପ୍ରିୟତା ଓ ସୁଶାସନ ପ୍ରଦାନ କରୁଥିବା ସ୍ଥିର ସରକାର ଯୋଗୁ ସମ୍ଭବ ହୋଇପାରିଛି । ଅନ୍ୟ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଅବ୍ୟବସ୍ଥାକୁ ନେଇ ବିକ୍ଷୋଭ, ଆନ୍ଦୋଳନ ହେଉଛି । କିନ୍ତୁ ଓଡ଼ିଶାରେ ସେପରି ଚିତ୍ର ଦେଖିବାକୁ ମିଳେ ନାହିଁ । ଓଡ଼ିଶା ହେଉଛି ଭାଷାଭିତ୍ତିରେ ଗଠିତ ହୋଇଥିବା ଦେଶର ପ୍ରଥମ ରାଜ୍ୟ । ତେଣୁ ଏହାର ଭୌଗୋଳିକ ଓ ରାଜନୈତିକ ଗୁରୁତ୍ୱ ରହୁଛି । ଓଡ଼ିଶା ସମ୍ପର୍କରେ ଜାଣିବା ପାଇଁ ବହୁତ କଥା ରହିଛି ବୋଲି ଉଲ୍ଲେଖ କରି ସାମ୍ପ୍ରତିକ ସମ୍ୱାଦ ସଂସ୍ଥାଗୁ?ିକ ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଖବର ପରିବେଷଣରେ ହ୍ୟୁମର, ସାଟାୟାର(ବ୍ୟଙ୍ଗ)କୁ ବେଳେବେଳେ ଲୋକମାନେ ପସନ୍ଦ କରି ନ ଥାନ୍ତି । ବର୍ତ୍ତମାନ ସମ୍ୱାଦ ପତ୍ର ଗୁଡିକ ସମ୍ପର୍କରେ ମନ୍ତବ୍ୟ ରଖି ସେ କହିଥିଲେ ଯେ, ଭାରତବର୍ଷର ଅଧିକାଂଶ ଗଣମାଧ୍ୟମ ବର୍ତ୍ତମାନ ପ୍ରତ୍ୟକ୍ଷ/ପରୋକ୍ଷ ଭାବରେ କୌଣସି ରାଜନୈତିକ ଦଳ କିମ୍ୱା କର୍ପୋରେଟ୍ ହାଉସ ଦ୍ୱାରା ପରିଚାଳିତ । କେତେକ ଉତ୍ତମ କ୍ଷୁଦ୍ର ଗଣମାଧ୍ୟମ ସଂସ୍ଥା ମଧ୍ୟ ଦେଶ ତଥା ଆଞ୍ଚଳିକସ୍ତରରେ କାର୍ଯ୍ୟ କରୁଛନ୍ତି । ବହୁତ ଭଲ ସାମ୍ୱାଦିକ କାମ କରୁଛନ୍ତି । ସୁସ୍ଥ ଗଣତବରେ ସୁସ୍ଥ ଗଣମାଧ୍ୟମ ରହିବା ଜରୁରୀ ବୋଲି ଶ୍ରୀ ଗୁପ୍ତା ମତବ୍ୟକ୍ତ କରିଥିଲେ ।

ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ କହିଥିଲେ, ସକାଳର ଅର୍ଥ ନୂତନତ୍ୱର ଆରମ୍ଭ । ଗଣମାଧ୍ୟମ ପରିବଦ୍ଧତା ଆପଣମାନେ ସବୁଦିନ ମନେ ରଖିଥିବେ, ଆପଣମାନଙ୍କ ଖବର କାଗଜର ନାଁ ସକାଳ । ଆଜିପରି ଆମେ ଏକାଠି ହେଉଥିବା ପ୍ରତିଟି ସ୍ୱନକ୍ଷତ୍ରରେ ସବୁଦିନ ସକାଳ ଖବରକାଗଜକୁ ନୂତନତ୍ୱର ବାର୍ତ୍ତାବହ ରୂପରେ ଆପଣଙ୍କ ପାଠକମାନେ ଦେଖିବାକୁ ଚାହିଁବେ । ତାର ବ୍ୟକ୍ତିତ୍ୱ ସବୁଦିନ କମନୀୟ, ଶାନ୍ତ ଏବଂ ଆଶାଦୀପ୍ତ । ଗଣମାଧ୍ୟମର ବଜାରରେ ନିଜର ବ୍ୟକ୍ତିତ୍ୱକୁ କଦାପି ଭୁଲିବା ଉଚିତ ନୁହଁ ।

ଅନ୍ୟମାନଙ୍କର ସାଫଲ୍ୟ, ବିଫଳତାରେ ବିଚଳିତ ହେବାର ମଧ୍ୟ ଆବଶ୍ୟକତା ନାହିଁ । ଏ ଦାୟିତ୍ୱରେ ବାଧା ଆସିବ, ପ୍ରତିବନ୍ଧକ ଆସିବ, ସବୁରି ଭିତରେ ନିଜର ସଂଜ୍ଞା କେବେହେଲେ ହରାଇବେନାହିଁ । ସକାଳ ସୀମିତ ନ ହୋଇ ଅସୀମିତ ହେଉ । ସେହିପରି ଶ୍ରୀ ବାଗ୍‌ଚୀ କହିଥିଲେ ଯେ, କେଉଁ ଖବର କାଗଜ କିପରି ସମ୍ୱାଦକୁ ସଜାଏ ଏବଂ ତା\’ର ସମୀକ୍ଷା କିପରି ଭାବରେ ପାଠକ ଆଗରେ ପ୍ରସ୍ତାବନା କରେ, ତା\’ ଉପରେ ନିର୍ଭର କରେ ଖବର କାଗଜଟିର ପ୍ରଭାବ । ପ୍ରଭାବରୁ ପାଠକୀୟତା ବଡ଼େ । ଛାପା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏଥିପ୍ରତି ଯତ୍ନଶୀଳ ହେବା ଦରକାର । ଏହି ଅବସରରେ ଶ୍ରୀ ବାଗ୍‌ଚୀ ମଧ୍ୟ ପ୍ରତ୍ୟେକ ସଂସ୍ଥା ପାଇଁ ଆବଶ୍ୟକ ସାତ ସୂତ୍ରୀର ମବ ପ୍ରଦାନ କରିଥିଲେ ।

ନିର୍ଦ୍ଧାରିତ ପରିସର, ଆବଶ୍ୟକୀୟ ଉପକରଣ, କାର୍ଯ୍ୟଶୈଳୀ, ଗୁଣବତ୍ତା, ଉଦ୍ଭାବନଶୀଳତା, ପ୍ରଚାରପ୍ରସାର, ଆତ୍ମସଂଜମତା ଆଦି ୭ ସୂତ୍ରୀର ଆବଶ୍ୟକତାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । \”ସକାଳ\’ର ସମ୍ପାଦକ ଡ. ଉମାକାନ୍ତ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ବର୍ଷକ ମଧ୍ୟରେ ଆମେ ଲୋକଙ୍କ ପାଖରେ ସଠିକ୍ ଓ ତାଜା ଖବର ପହଞ୍ଚାଇବା ଲାଗି ଆମେ ଅବିରତ ଉଦ୍ୟମ କରିଛୁ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଏବଂ ଗଣତାବିକ ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟ ନେଇ ଆମର ଲେଖନୀ ଚଳଚଞ୍ଚଳ ଅଛି । କରୋନା ମହାମାରୀ ମଧ୍ୟରେ ସକାଳ ଆତ୍ମ ପ୍ରକାଶ କରିଥିଲା । ଗୋଟିଏ ବର୍ଷ ପୂରଣ କରିବା ସହିତ ଆମ ଦାୟିତ୍ୱ ଅନେକ ଗୁଣରେ ବୃଦ୍ଧି ପାଇଛି ।

ଗଣମାଧ୍ୟମର ଆଭିମୁଖ୍ୟକୁ ଚରିତାର୍ଥ କରିବା ଦିଗରେ ସକାଳ ପରିବାର ସର୍ବଦା ଉଦ୍ୟମରତ । କାର୍ଯ୍ୟକ୍ରମରେ ସକାଳର କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି \”ସକାଳ\’ର ପ୍ରଥମ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ସିଇଓ ସୁବ୍ରତ ଦାସ \”ସକାଳ\’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ପଦାର୍ଥ ବିଜ୍ଞାନୀ ଜ୍ଞାନଦେବ ମହରଣା ଏବଂ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ସ୧ାନରେ ସ୧ାନିତ କରାଯାଇଥିଲା । ଏହି ଅବସରରେ ଅତିଥି ମାନେ \”ସକାଳ\’ ସ୍ମରଣିକା \”ସୃଷ୍ଟି\’କୁ ଉନ୍ମୋଚିତ କରିଥିଲେ ।

ଏହା ସହ ଶିଳ୍ପଦ୍ୟୋଗୀ ମିହିର ପଣ୍ଡା, ସମାଜସେବୀ ମାଳତୀ ଶିଷା, ଚଳଚିତ୍ର ନିର୍ଦ୍ଦେଶକ  ସାହୁ ଏବଂ ରଜତ ପାଣିଗ୍ରାହୀଙ୍କୁ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ଅପରପକ୍ଷେ ଗତକାଲି ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜୟପୁରର ରାଜେଶ ରାୟ, ମୟୂରଭଞ୍ଜର ଅପର୍ଣ୍ଣା ସିଂ ଏବଂ କନ୍ଧମାଳର ଦେବଲିନ ପ୍ରିୟଦର୍ଶୀନିଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି କନିଷ୍ଠ ବର୍ଗରେ ବଲାଙ୍ଗିରର ଓମ୍ ଅମୃତ ମହାନ୍ତିଙ୍କୁ ପ୍ରଥମ, ଢେଙ୍କାନାଳର କିମି  ବେହେରାଙ୍କୁ ଦ୍ୱିତୀୟ ଏବଂ କନ୍ଧମାଳର ଶୁଭଲକ୍ଷ୍ମୀ ପଣ୍ଡାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଥିସହ ଶ୍ରେଷ୍ଠ ଏଜେଣ୍ଟ ଭାବେ ବାଲେଶ୍ୱରର ରଶ୍ମୀରେଖା, ରାଉରକେଲାର ପ୍ରଫୁଲ୍ଲ ଷଡ଼ଙ୍ଗୀ ଏବଂ ବ୍ରହ୍ମପୁରର ରାଧାକୃ ରଥଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ସକାଳର ପ୍ରକାଶକ ଅମିତ କୁମାର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ସେଠୀ, ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱାର, ମୁଖ୍ୟ ସମ୍ପାଦକ ଶିଶିର ଭ…ମିଶ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026

Recent News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version