No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrtiଖୋଲି ଡିସେମ୍ବର ୫ ତାରିଖ ଦିନ ଓଡ଼ିଶାର କୁଟିଆ କନ୍ଧଙ୍କ ପାନିଆ ତିଆରି ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର
(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର କୁଟିଆ କନ୍ଧ ଜନଜାତିମାନେ ବାଉଁଶ ପାତିଆରୁ ଅତି ସୁନ୍ଦର ଭାବେ ସୌଖୀନ ପାନିଆ ତିଆରିରେ ଦକ୍ଷ ଅଟନ୍ତି । କୁଟିଆ କନ୍ଧ ଜନଜାତି ମହିଳାମାନେ ନିଜର କେଶକୁ ପାନିଆରେ ସଜାଇଥାି’ ନ୍ତି ା ଏହି ପାନିଆ କେବଳ କେଶବିନ୍ୟାସ ନୁହେଁ, ବରଂ ଏହା କୁଟିଆ କନ୍ଧ ଜନଜାତିଙ୍କର ଏକ ଉପହାର ଭାବେ ଗ୍ରହଣ କରାଯାଇଥାଏ ।

କୁଟିଆ କନ୍ଧ ଜନଜାତିର ବାଳକମାନେ ସ୍ନେହର ନିଦର୍ଶନ ଭାବେ ବାଳିକାମାନଙ୍କୁ ପାନିଆ ଉପହାର ଭାବେ ଦେଇଥାି’ ନ୍ତି । ବାଉଁଶ ପାତିଆକୁ ସମାନ ଲମ୍ବାରେ କାଟି ସେଗୁଡ଼ିକୁ ଏକତ୍ର କରି ପାନିଆ ପ୍ରସ୍ତୁତ କରାଯାଏ । ପୂର୍ବେ ଶିଆଳି ଲତାକୁ ବ୍ୟବହାର କରାଯାଇ ପାନିଆ ତିଆରି ହେଉଥିଲା । ଏବେ ବାଉଁଶ ପାତିଆକୁ ଏକାଠି କରି ପାନିଆ ତିଆରି ନିମନ୍ତେ ଲୁଗାବୁଣା ସୂତାକୁ ବ୍ୟବହାର କରାଯାଉଛି । ଏହି ଜନଜାତିର ନବବିବାହିତା କନ୍ୟା ପ୍ରଥମ ଥର ପାଇଁ ବାପଘରକୁ ଆସିଥିବାବେଳେ ସଂପର୍କୀୟମାନଙ୍କ ପାଇଁ ପାନିଆ ଉପହାର ସ୍ୱରୂପ ଧରି ଆସିଥାି’ନ୍ତି ।
No Result
View All Result