No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ଖୋର୍ଦ୍ଧା ଜଟଣୀ :- ଆଜି ୧୬ ନଂ ଜାତୀୟ ରାଜପଥ କଡରେ ଥିବା ମା ବାଟ ଭୂଆସୁଣୀ ମନ୍ଦିର ଠାରେ ଯାଆଁଳା ପଞ୍ଚାୟତ ରେ ଅଳିଆ ଆବର୍ଜନା ବୋହିବା ପାଇଁ ନିୟୋଜିତ ହେବାକୁ ଥିବା ଆଉ ଦୁଇଟି ନୂଆ ବ୍ୟାଟେରୀ ଚାଳିତ ସଫେଇ ଗାଡି ର ଶୁଭ ଉଦଘାଟନ ହୋଇଯାଇଛି । ଏଥି ସହ ଯାଆଁଳା ପଞ୍ଚାୟତ ରେ ବ୍ୟାଟେରୀ ଚାଳିତ ଅଳିଆ ବୋହିବା ଗାଡି ସଂଖ୍ୟା ମୋଟ ୪ କୁ ବୃଦ୍ଧି ପାଇଛି । ଏହି ଚାରୋଟି ଯାକ ଗାଡି କୁ ଆଦିତ୍ୟ ବିର୍ଲା ଗ୍ରୁପ ତରଫରୁ ପଞ୍ଚାୟତ କୁ ପ୍ରଦାନ କରାଯାଇଛି । ଆଜି ଏହି ନୂତନ ଗାଡ଼ି ଦୁଇଟିକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ରବି ନାରାୟଣ ସ୍ୱାଇଁ, ସ୍ୱଚ୍ଛ ଭାରତ ମିଶନ ର ଜିଲ୍ଲା ପରାମର୍ଶ ଦାତା ଶ୍ରୀ ମନୋଜ ଦାସ, ଆଦିତ୍ୟ ବିର୍ଲା ଗ୍ରୁପର ମ୍ୟାନେଜର ଶ୍ରୀ କେଦାର ପତି ମହୋଦୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ଯାଆଁଳା ପଞ୍ଚାୟତ ର ସରପଞ୍ଚ ଶ୍ରୀ ପ୍ରଦୋଷ କୁମାର ଜେନା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ସ୍ୱଚ୍ଛ ଭାରତ ମିଶନ ରେ ଯାଆଁଳା ପଞ୍ଚାୟତ ବିଗତ ଦିନରେ ବହୁ ପଦକ୍ଷେପ ନେଇଥିବା ବେଳେ ଏହି ନୂଆ ଦୁଇଟି ଟ୍ରଲି ଯୋଗ ଦେଇଥିବାରୁ ଗାଁ ଗାଁ ରୁ ଅଳିଆ ଆବର୍ଜନା ସଂଗ୍ରହ କରିବା ଏବେ ଆହୁରି ଫଳପ୍ରଦ ହେବ ବୋଲି ସରପଞ୍ଚ ପ୍ରଦୋଷ ଜେନା ଓ ଉପସ୍ଥିତ ଥିବା ଅନ୍ୟାନ୍ୟ ଗ୍ରାମବାସୀ ମାନେ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ରେ ଯାଆଁଳା ଗ୍ରାମ ପଞ୍ଚାୟତ ପ୍ରଥମ ପଞ୍ଚାୟତ ଭାବେ ବ୍ୟାଟେରୀ ଚାଳିତ ସଫେଇ ଗାଡି ବ୍ୟବହାର କରୁଛି ।

No Result
View All Result