No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ବରଗଡ :- ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ/ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଆମ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ସରକାରୀ ସ୍ତରିୟ ଉଦ୍ୟମ କୁ ପ୍ରଶଂସା କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରପାଲି ପଞ୍ଚାୟତ ସମିତି ର ଅଧ୍ୟକ୍ଷ କିଶୋର ଦଫାଦାର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଜନୀ କରତି, ସମିତି ସଭ୍ୟା ଶ୍ରୀମତୀ ଲୟା ପ୍ରଧାନ ମଞ୍ଚାସୀନ ଥିଲେ। ସଭା କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ଜିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅମୃତ ବାରିକ,କେତନ ସାହୁ ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ଏହି ଅବସରରେ କୁମ୍ଭାରୀ ଗ୍ରାମ ର ମହିଳା ମାନଙ୍କ ମଧ୍ୟରେ ଝୋଟି,ଚିତା, ହୁଳହୁଳି,ଗୃହ ସଫେଇ, ଲକ୍ଷ୍ମୀ ପୁରାଣ/ଭାଗବତ ପଠନ, ପିଠା ପଣା, ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାର କୃତି ପ୍ରତିଯୋଗୀଙ୍କୁ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଶବ୍ଦ ନୃତ୍ୟ, ଦଣ୍ଡ ନୃତ୍ୟ ଏବଂ ସଂକିର୍ତ୍ତନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

No Result
View All Result