No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ବରଗଡ :- ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ ଓ ଚ୍ୟାରେଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଦିନିଆ ପ୍ରାର୍ଥନା ସଭା ଏବଂ ଧର୍ମ ଗୁରୁ ସାଧୁ କିଶନ ସିଂ ଙ୍କ ଜୀବନି ଉପରେ ନିର୍ମିତ ବୃତ୍ତ ଚିତ୍ର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ଉକ୍ତ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ପ୍ରାର୍ଥନା ର ବିଶେଷ ପ୍ରଭାବ ଏହି ଧାରା ପୃଷ୍ଠ ରେ ରହିଛି । ଜୀବ ଜଗତର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ସମାଜ ପାଇଁ ସବୁ ସମୟରେ ପ୍ରାର୍ଥନା ର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ମୁଖ୍ୟ ବକ୍ତା ଭାବେ ଭାଇ ସେଥି କୁମାର ଯୋଗଦେଇ ବାଇବଲ ପ୍ରଦର୍ଶିତ ମାର୍ଗ ରେ ସବୁବେଳେ ଚାଲିବା ଉଚିତ୍ ବୋଲି କହିଥିଲେ। ସଭା ରେ ଅନ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ, ଆଚାର୍ଯ୍ୟ ବେଞ୍ଜାମିନ ନନ୍ଦ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ, ଉପାଧ୍ୟକ୍ଷ ତଥା ଧନୁଯାତ୍ରା ର ମୁଖ୍ୟ ଅଭିନେତା ଭୁବନେଶ୍ୱର ପ୍ରଧାନ, ଯୁବ ନେତା କମଲ ତାଣ୍ଡି, ଜନ୍ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ଫାଉଣ୍ଡେସନ ର ନିର୍ଦ୍ଦେଶକ ଆଚାର୍ଯ୍ୟ ଡଃ ସୁକାନ୍ତ କୁମାର ବାଗ ପରିଚାଳନା କରିଥିବା ବେଳେ ପାଳକ ସାମୁଏଲ ନାଗ ସଭାକୁ ସଂଯୋଜନା କରିଥିଲେ ।
ଏହି ଅବସରରେ ଧର୍ମ ଗୁରୁ ସାଧୁ କିଶନ ସିଂ ଙ୍କ ଜୀବନି ଉପରେ ଭାଇ ସାଥି କୁମାର ଏବଂ ପ୍ରଭାକର,ସୋନୁ କୁମାର (ମୁମ୍ବାଇ)ଙ୍କ ଦ୍ଵାରା ନିର୍ମିତ ଓ ନିର୍ଦ୍ଦେଶିତ ବୃତ୍ତ ଚିତ୍ର କୁ ସଭାରେ ପାଳକ ବେଞ୍ଜାମିନ ନନ୍ଦ ଏବଂ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ସୁଶ୍ରୀ କାଜଲ ଓ ତାଙ୍କ ଦଳ ପ୍ରାର୍ଥନା ସଂଗୀତ ଗାନ କରିଥିଲେ । ସଭା ପରିଚାଳନା ରେ କପିଲ୍ ଓ ରାଜୁ ନାଗ ସହଯୋଗ କରିଥିଲେ । ପରେ ହଲ୍ ରେ ସାଧୁ କିଶନ ସିଂ ଙ୍କ ଜୀବନି ଉପରେ ନିର୍ମିତ ସିନେମା ପ୍ରଦର୍ଶିତ କରାଯାଇଥିଲା ।

No Result
View All Result