No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂଆଗାଁ ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଏବଂ ପଞ୍ଚୁପାଣ୍ଡବ କଲ୍ୟାଣୀ ମଣ୍ଡପ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ସେହିପରି ପାରା ଢିପି ପଞ୍ଚାୟତ ରେ ବାବା ଲଡୁକେଶ୍ୱର ସାଂସ୍କୃତିକ ମଣ୍ଡପ ଏବଂ ଥୁଆ ବାରି ହରିଜନ ସାହି କୋଠଘର ଶୁଭ ଉଦଘାଟନ କରିଥିଲେ ଦଶପଲ୍ଲା ବିଧାୟକ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ଏବଂ ବ୍ଲକ୍ ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result