No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ବାଙ୍କୀ :- ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅଧିନସ୍ଥ ୧୦ ଗୋଟି ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ତରଫରୁ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଆହରଣ କରିବାର ଦକ୍ଷତା ଜାଣିବା ପାଇଁ ସର୍ବ ଭାରତୀୟ ସ୍ତରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା କରାଯାଇଛି । ସତ୍ଯବାଦୀ ପାଟଣାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ୩ୟ ଶ୍ରେଣୀ , ଭଗିପୁରରେସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩ୟ ଶ୍ରେଣୀ , ବାଘୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ୫ମ ଶ୍ରେଣୀ , ଦୁଲଣାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫ମ ଶ୍ରେଣୀ , ତୁଳସୀପୁରେସରସ୍ବତୀ ଶିଶୁ ମନ୍ଦିର , ୫ମ ଶ୍ରେଣୀ ,କରବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ୮ମ ଶ୍ରେଣୀ , ତୁଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ୮ମ ଶ୍ରେଣୀ , ଭେଡା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ୧୦ମ ଶ୍ରେଣୀ ,
ବାଁଆରାସୁବୁଦ୍ଧେଶ୍ବର ମିଳିତ ବିଦ୍ଯାପୀଠ ୧୦ମ ଶ୍ରେଣୀ ଓ ବାଙ୍କୀର ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଏଥିରେ ମୋଟ – ୩୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବାଙ୍କୀସ୍ବତୀ ଶିଶୁ ବିଦ୍ଯାମନ୍ଦିର ମୋଟ ୪୮ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନମୁନା ଆକାରରେ ନେଇ ସର୍ବେକ୍ଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗାଫୁଲୁନଖରାର ଗଣିତ ପ୍ରାଧ୍ୟାପକ ପ୍ରଭଞ୍ଜନ ନାଥ ଓ କ୍ଷେତ୍ର ତଦାରଖକାରୀ ଭାବେ ସି.ଆର.ସି.ସି ବଳରାମ ପାଇକରାୟ ଯୋଗଦାନ କରି ଏହାର ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ନରେଶ କୁମାର ମନ୍ତ୍ରୀଙ୍କ ସହିତ ସମସ୍ତ ଗୁରୁଜୀ , ଗୁରୁମା ଓ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

No Result
View All Result