No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ବାଙ୍କୀ :- ମମିତା ମେହର ହତ୍ୟାଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ଆହ୍ୱାନକ୍ରମେ ଶନିବାର ବାଙ୍କୀ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦପାଳନ କରାଯାଇଥାନ୍ତା । ଗୁରୁବାର ମାନ୍ୟବର ହାଇକୋର୍ଟ ନିର୍ଦେଶ କୁ ସମ୍ମାନ ଦେଇ ଆଜି ବାଙ୍କୀ କଂଗ୍ରେସ ପକ୍ଷରୁ ହରତାଳ ରେ ପ୍ରତିବାଦ କରାଯାଇଥିଲା । ବାଙ୍କୀର ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସ ଉପସଭାପତି ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏହି କାର୍ଯ୍ୟକ୍ରମ ବାଙ୍କୀ ସହର ତଥା ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହିତ ପାଳନ କରାଯାଇଥିଲା । ବାଙ୍କୀ ଟାଉନରେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ସ୍ୱଇଛାରେ କିଛି ଘଣ୍ଟା ପାଇଁ ବନ୍ଦ ରହିଥିବା ବେଳେ ବାଙ୍କୀ-ଖୋର୍ଦ୍ଧା, ବାଙ୍କୀ-କଟକ ମଧ୍ୟରେ ସମସ୍ତ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିଲା ।
ବାଙ୍କୀ ନଗର କଂଗ୍ରେସ ସଭାପତି କାଶିନାଥ ମହାପତ୍ର ଓ ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟାକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନଙ୍କର ଏକ ମୋଟର ସାଇକେଲ ଶୋଭାଯାତ୍ରା ଟାଉନ୍ ପରିକ୍ରମା କରି ବିଭିନ୍ନ ଅଞ୍ଚଳକୁ ଯାଇ ହରତାଲ ମାଧ୍ୟମରେ ପ୍ରତିବାଦ କରି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଓମମିତା ମେହର ଙ୍କ ନାୟ ପ୍ରଦାନ ପାଇଁ ହୁଙ୍କାର ମାରିଥିଲେ। ରାଜ୍ୟ ସରକାର କିପରି ମନ୍ତ୍ରୀ ଶ୍ରୀ ମିଶ୍ର ଙ୍କୁ ଘଣ୍ଟ ଘୋଡେଇ ରକ୍ଷା କରୁଛନ୍ତି ତାହା ଲୋକଙ୍କୁ ବୁଝାଇଥିଲେ ।
ଏହି ହରତାଲ କାର୍ଯ୍ୟକ୍ରମରେ ବାଙ୍କୀ ନଗର କଂଗ୍ରେସ ଉପଦେଷ୍ଟା କ୍ଷେତ୍ରବାସୀ ଦାଶ , ବିଶ୍ୱରଞ୍ଜନ ପଣ୍ଡା, ଅମୀୟ କୁମାର ନାୟକ, ନକୂଳ ପ୍ରଧାନ, ଘନଶ୍ୟାମ ମହାନ୍ତି , ସୂର୍ଯ୍ୟମଣୀ ତ୍ରିପାଠ, ବାବୁଲି ଦଳେଇ, ରମାକାନ୍ତ ସେଠୀ, ନିତ୍ୟାନନ୍ଧ ବେହେରା, ଭାବଗ୍ରାହୀ ସ୍ୱାଇଁ, ପିତବାସ ନାୟକ,ମୁନା ସିଂହ,ଶ୍ରୀନିବାସ ବେହେରାଙ୍କ ସମେତ ବହୁ କଂଗ୍ରେସକର୍ମୀ ଯୋଗଦେଇଥିଲେ ।

No Result
View All Result