No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଟ୍ୱିନ୍ ସିଟରେି ଥିବା ବେଂଚ୍ଞ୍ଚମାର୍କ କ୍ଲାସେସ୍ର ଛାତ୍ରଛାତ୍ରୀ ନିଟ୍-୨୦୨୧ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଏଥିରେ ସର୍ବାଧିକ ନମ୍ବର ରଖିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ସତ୍ୟନଗରସ୍ଥିତ ବେଂଚ୍ଞ୍ଚମାର୍କ କ୍ଲାସେସ୍ର କାର୍ଯ୍ୟାଳୟଠାରେ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା । ଏନେଇ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ସମ୍ବର୍ଦ୍ଧନା କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଭାନୁପ୍ରୀୟା ଦାସ, ରାଜେନ୍ଦ୍ର ସମର୍ଥା, କିଟ୍ର ନିର୍ଦେଶକ କୁମାର ମହାନ୍ତି, ଶିକ୍ଷାବିତ୍ ଡ଼ ଦେବସ୍ମିତା ସାହୁ, ଅନୁଷ୍ଠାନର ଅଧ୍ୟକ୍ଷ ରୋଟାରିୟାନ ପ୍ରସନ୍ନ ଚୌଧୁରୀ ଓ ଦୀପକ ବିଶ୍ୱାଳ, ସମସ୍ତ ଅଧ୍ୟାପକ ଅଭିଭାବକମାନେ ଉପସ୍ଥିତଥିଲେ । ପ୍ରକାଶ ଥାଉକି, ଶ୍ରେଷ୍ଠ ଚଳିତବର୍ଷ ଅନୁଷ୍ଠାନର ୨୪୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ଜଣ ୬୦୦ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୬୩ଜଣ ୫୬୦ରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ଉନ୍ନତମାନର ଶିକ୍ଷାପଦ୍ଧତିି ଓ ଅଭିଜ୍ଞ ଅଧ୍ୟାପକଙ୍କ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କର ଡ଼ାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

No Result
View All Result