No Result
View All Result
୩୩୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ଗୋଟି ବ୍ୟାଙ୍କ ମାଧ୍ୟମରେ ୭ କୋଟି ୭୯ ଲକ୍ଷ ୭୯ ହଜାର ଟଙ୍କାର ଋଣ ଅନୁମତିପତ୍ର ବଣ୍ଟନ କଲେ – ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ଓଡଗାଁ :- ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ସହାୟତାରେ ଓଡଗାଁ ବ୍ଲକ ଇନଡୋର ଷ୍ଟାଡିୟମ ଠାରେ ସମସ୍ତ ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ପାଇଁ ବ୍ଲକସ୍ତରୀୟ ସମନ୍ୱୟ ମେଳା ତଥା ଋଣ ସଂଯୋଗି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମନ୍ୱୟ ମେଳାର ଶୁଭ ଉଦ୍ଘାଟନ କରି ଗ୍ରାମାଞ୍ଚଳର ମହିଳା ମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଅବସ୍ଥାର ସୁଧାର ଆଣିବା ପାଇଁ ଓଡିଶା ଜୀବିକା ମିଶନ ଏବଂ ବ୍ଲକ ମିଶନ ଶକ୍ତି ଅଧୀନରେ ଥିବା ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇବା ନିଶ୍ଚିତ ମହିଳା ସଶକ୍ତିକରଣର ଏକ ଅଙ୍ଗ ବୋଲି ଆଲୋକପାତ କରିଥିଲେ |

ବିଶେଷ କରି ‘ମା’ ମାନେ ସ୍ୱାବଲମ୍ବୀ ହୋଇପାରିଲେ ରାଜ୍ୟର ବିକାଶ ସମ୍ଭବ ବୋଲି କହିଥିଲେ ମନ୍ତ୍ରୀ | ଏହି ମେଳା ମାଧ୍ୟମରେ କୃଷି , ଉଦ୍ୟାନ , ମାଛ ଚାଷ ଓ କୁକୁଡ଼ା ପାଳନ ପାଇଁ ୩୩୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ଗୋଟି ବ୍ୟାଙ୍କ ମାଧ୍ୟମରେ ୭ କୋଟି ୭୯ ଲକ୍ଷ ୭୯ ହଜାର ଟଙ୍କାର ଋଣ ଅନୁମତିପତ୍ର ବଣ୍ଟନ କରାଯାଇଛି | ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି , ଉଚ୍ଚ ଶିକ୍ଷା, ପ୍ରାଣୀ ସଂମ୍ପଦ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ମହିଳା ଙ୍କ ସ୍ୱାବଲମ୍ବୀ ହେଲେ ରାଜ୍ୟ ଆଗକୁ ବଢିବ ଏଦିଗରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଳାପାଳ ଡ଼. ପୋମା ଟୁଡୁ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ,ବିଡ଼ିଓ ସ୍ୱାତିଲେଖା ଦାସ ,ବ୍ଲକ ଅଧ୍ୟକ୍ଷା ମମତା ବେହେରା ,ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ , ବିଭିନ୍ନ ଏସ୍.ଏଚ.ଜି ମହିଳା ଓ ମହିଳା ମହାସଂଘର କର୍ମକର୍ତ୍ତା ,ସଭ୍ୟା ଏବଂ ବ୍ୟାଙ୍କ ମିତ୍ର ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବ୍ୟାଙ୍କର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଓଡିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ଆରତୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ,ଗୋଷ୍ଠୀ ଜୀବିକା ସଂଯୋଜକ ସମୀର ରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result