• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

Proprietor Abhimanyu Maharana by Proprietor Abhimanyu Maharana
November 7, 2021
in ଓଡ଼ିଶା, ମହାନଗର, ହୋମ୍
0
କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ
Share on FacebookShare on TwitterWhatsapp

ଅରିନ୍ଦମ ଦାସଙ୍କୁ ମରଣୋତ୍ତର “ସାମ୍ବାଦିକ ରତ୍ନ” ସମ୍ମାନ ସମ୍ମାନ ଗ୍ରହଣ କଲେ ଅରିନ୍ଦମଙ୍କ ମାଆ ଓ ପତ୍ନୀ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ଭୁବନେଶ୍ୱର :- କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ ଆଜି ପାଳନ କରାଯାଇଥିଲା । ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ସ୍ଥାନୀୟ କସ୍ତୁରବା ନାରୀମହଲଠାରେ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲେ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ମାଆ କୁନି ଦାସ ଏବଂ ପତ୍ନୀ ସମୀକ୍ଷା ଦାସ । କଳିଙ୍ଗ ସେନା ସୁପ୍ରିମୋ ଶ୍ରୀଯୁକ୍ତ ହେମନ୍ତ ରଥଙ୍କ ଆମନ୍ତ୍ରଣକ୍ରମେ ସେମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ମରଣୋତ୍ତର ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସେନାର ସୈନିକ ଏବଂ ଉପସ୍ଥିତ ଜନସାଧାରଣଙ୍କ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନକୁ ଅରିନ୍ଦମଙ୍କ ମାଆ ଏବଂ ପତ୍ନୀ ଗ୍ରହଣ କଲା ବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା ।

ଆଜିର ଏହି ପ୍ରତିଷ୍ଠା ଦିବସକୁ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପ୍ରତି ଉତ୍ସର୍ଗ କରିଥିଲେ ଶ୍ରୀ ରଥ । ଦଳର ସୈନିକମାନଙ୍କୁ ଉଦବୋଧନ ଦେଇ ସୁପ୍ରିମୋ ଶ୍ରୀ ରଥ କହିଥିଲେ ଯେ କର୍ମୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଏବଂ ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁଁ କଳିଙ୍ଗ ସେନା ଦୁଇ ଦଶନ୍ଧିର ଯାତ୍ରା ଅତିକ୍ରମ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । କଳିଙ୍ଗସେନା ପ୍ରତି ଯୁବକମାନଙ୍କ ଆକର୍ଷଣ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହାର ନବକଳେବର ଦେଖିବାକୁ ମିଳିବ ବୋଲି କହିଥିଲେ ।

ଏହି ଅବସରରେ କଳିଙ୍ଗ ସେନାର ଆଗାମୀ ରଣନୀତି ସମ୍ପର୍କରେ ଶ୍ରୀ ରଥ ସୂଚନା ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ କଳିଙ୍ଗ ସେନା ୧୫ ଟି ଜିଲ୍ଲା ଉପରେ ଫୋକସ୍ କରି କାର୍ଯ୍ୟକ୍ରମ ଆଗକୁ ବଢ଼ାଇବ । ଖୋର୍ଦ୍ଧା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ରଥ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କଳିଙ୍ଗ ସେନାର ଶୁଭ କାମନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୯ ଜଣ ପ୍ରତିଭାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।

ସମ୍ମାନିତ ପ୍ରତିଭାମାନେ ହେଲେ ସାମ୍ବାଦିକ ରାଜେନ୍ଦ୍ର ଗୌଡ଼, ସମାଜସେବୀ ସର୍ବଶ୍ରୀ ନରେନ୍ କୁମାର ସାହୁ, ପ୍ରମୋଦ ରାଉତରାୟ, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ଉମେଶ ରାଉତ, ବିଜୟ କୁମାର ପରିଡ଼ା, ବୈରାଗୀ ଜେନା, ଓଡ଼ିଶାରେ କରୋନା ସମୟରେ ପ୍ରଥମ ବାୟୋ ପିପିକିଟ୍ ଉଦ୍ଭାବକ ଇଂ ମନୋଜ କୁମାର ନାୟକ ଏବଂ କଣ୍ଠଶିଳ୍ପୀ ସରୋଜ ଜେନା । କଳିଙ୍ଗ ସେନା ସାଧାରଣ ସମ୍ପାଦକ ବିଜୟ କୁମାର ରାଜ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ପ୍ରଧାନ, ଶ୍ରୀକାନ୍ତ ଦାଶ, ଅବଦୁଲ୍ଲ କୟମ୍ ଖାନ୍‌, ସରୋଜ ଆଚାର୍ଯ୍ୟ,ସତୀଶ ରଞ୍ଜନ ସାହୁ ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version