No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ରାୟଗଡ଼ :- ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ରାୟଗଡ଼ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଠାରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାୟଗଡ ସାପ୍ତାହିକ ହାଟ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି । ସାପ୍ତାହିକ ହାଟକୁ ଆସିଥିବା ଅନେକ ଲୋକେ ଆସସୁବିଧର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଜୋରଦାର ପ୍ରତିବାଦ ଜାରି ରଖିଛନ୍ତି ଏବଂ ତାଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛନ୍ତି ।

ସକାଳୁ ସକାଳୁ ବ୍ଲକର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି। କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି । ଯାତ୍ରୀବାହୀ ଯାନବାହନ ସେବା ଠପ ହୋଇଯାଇଛି। ବ୍ୟାବସାୟିକ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଛୋଟ ବଡ଼ ଦୋକାନ ଇତ୍ୟାଦି ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଜିଲା ବିଜେପି ଉପସଭାପତି ନବକିଶୋର ଶବର, ସମାଜସେବୀ ଦେଉ ଆଚାରି, ମୋହନା ମିଡିୟାସେଲ ପ୍ରମୁଖ ଦୁର୍ଗା ପ୍ରସାଦ ସୁବୁଦ୍ଧିଙ୍କ ସମେତ ଆଖପାଖ ଅଞ୍ଚଳର ଅନେକ କାର୍ଯକର୍ତ୍ତା ଉପସ୍ଥିତ ରହିଥିବା ଦେଖିବକୁ ମିଳିଛି। ଆଇଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାୟଗଡ ଥାନାଅଧିକାରୀ ଗୋବିନ୍ଦଗୌଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ ଛକରେ ପୋଲିସ ସାଜଗ ରହିଥିବା ଦେଖିବକୁ ମିଳିଛି ରାୟଗଡ଼

No Result
View All Result