No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଥିବା ଦାବି କରି ନର୍ଲା ଏବିଭିପି ତରଫରୁ ସଂଯୋଜକ ନୃପମଣି ବାହୁକଙ୍କ ନେତୃତ୍ୱରେ ନର୍ଲାଠାରେ ଏହାର ପ୍ରତିବାଦ କରାଯାଇଛି । ଏଥି ପାଇଁ ପିଡିତାଙ୍କ ପରିବାରକୁ ନ୍ୟାୟ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବି ଉଠିଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନର୍ଲା ତରଫରୁ ନର୍ଲା ଡିଗ୍ରୀ କଲେଜର ଛାତ୍ରୀଙ୍କୁ ନେଇ ଏକ ବିଶାଳ ଶୋଭା ଯାତ୍ରା ବାହାରି ଥିଲା । ନର୍ଲା ବ୍ଲକ ଅଫିସ ସମ୍ମୁଖରେ ନାରାବାଜି ସହ ଚାରି ଛକ ପର୍ଯ୍ୟନ୍ତ ଛାତ୍ରୀ ମାନେ ଯାଇ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଛାତ୍ରୀ ପ୍ରମୁଖ ସଂଗୀତା ପଣ୍ଡା, ବିଭାଗ ଛାତ୍ରୀ ପ୍ରମୁଖ ଅଙ୍କିତା ପଳାଇ, ବିଭାଗ ସଂଯୋଜକ ପୁରୁଷୋତ୍ତମ ବିଶି, ଶୁଭମ ରୋହିଲା, ବିକାଶ ସାହୁ, ଶଶିକା ପ୍ରଧାନୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ନ୍ୟାୟ ନ ମିଳିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଏବିଭିପି ପକ୍ଷରୁ ଚେତାବନୀ ହୋଇଛ ।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result