No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ବରଗଡ଼ :- ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବରଗଡ଼ ଜିଲ୍ଳାରେ ଆମ୍ ଆଦମୀ ପାର୍ଟିର ସଂଗଠନ କୁ ମଜବୁତ କରିବା ଲକ୍ଷ୍ୟରେ ବରଗଡ଼ଜିଲ୍ଲା ଆପ୍ ର କର୍ମକର୍ତା ସମ୍ମିଳନୀ ଓ ନୂଆ ସଭ୍ୟ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା ଦିଲୀପ ବାର୍ଲା,ଯୁବ ସଂଗଠକ ଖିରେନ୍ଦ୍ର ଗିରନାର,ଆଜମ ଖାନ୍ ସମେତ ପାଇକମାଲ ,ଅତାବିରା,ପଦ୍ମପୁର, ଭଟଲି ବ୍ଲକ ର ଅନେକ ସଭ୍ୟ ଯୋଗ ଦେଇଥିଲେ ।
ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ, ୨୦୦ ୟୁନିଟ ଫ୍ରି ବିଜୁଳି, ବସ ସେବା ମାଗଣା, ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା ଭଳି ଯୋଜନା ରେ ଆକୃଷ୍ଟ ହୋଇ ଆମ୍ ଆଦମୀ ପାର୍ଟି ବରଗଡ଼ ରେ ଯୋଗ ଦେଇଛନ୍ତି । ଜିଲ୍ଲା ଆବାହକ ଭବାନୀ ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବାକୁ କହିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଲା, ଯୁବ ସଂଗଠନ ପୋଲୁସ୍ତ ସାହା ଓ ଅନ୍ୟ ମାନେ ଉପସ୍ଥିତ ରହି ଥିଲେ ।

No Result
View All Result