No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ବରଗଡ :- ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତା ରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ ବୋଲି ଆଜି ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ରେ ବରଗଡ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ହୃଦମଣି ପ୍ରଧାନ ସ୍ମୃତି ବକୃତା ମାଳା ରେ ଆୟୋଜିତ ” ସମୟର ପରିବର୍ତ୍ତନ ସହିତ ପରିବର୍ତ୍ତନ ର ପରମ୍ପରା ର ପରିବର୍ତ୍ତନ ଆବଶ୍ୟକ କି ” ପ୍ରସଙ୍ଗ ‘ ବଳିପ୍ରଥା ‘ ରେ କହିଛନ୍ତି ଅତିଥି ବକ୍ତାମାନେ । ଅଧ୍ୟାପିକା ଭଗବତୀ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ବକ୍ତା ଭାବରେ ଯୋଗଦେଇ ଚିଚିଣ୍ଡା କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ କହିଥିଲେ ଯେ ପରମ୍ପରା ଆମ ଦ୍ଵାରା ସୃଷ୍ଟି ଆମେ କଣ ବନ୍ଦ କରି ପରିବା ନାହିଁ, ଯଦି ପରମ୍ପରା ରେ ଭୁଲ ରହିଛି ,ସରକାର ଙ୍କ ନିୟମ ପାଇଁ କାହିଁକି ଅପେକ୍ଷା କରିବା । କୋବିଡ ସମୟରେ ଯଦି ଦେବୀ ପୀଠ ମାନଙ୍କ ରେ ବଳି ବନ୍ଦ କରାଯାଇ ପାରିଥିଲା ତାହେଲେ ଅନ୍ୟ ସମୟରେ କାହିଁକି ନୁହଁ ।
ସେ ସମୟରେ ଯଦି ଆମ ବିବେକ ମନା କଲା ବଳି ଦେବାର,ତାହେଲେ ଅନ୍ୟ ସମୟେ କାହିଁକି ନୁହେଁ।ଆମେ ଯଦି ଭଗବାନ ଅଛନ୍ତି ବୋଲି ଭାବୁ ଥାଉ ଆମ ର ବିବେକ ହିଁ ଭଗବାନ । ପ୍ରତୀକ ଭାବରେ ଯଦି ମା କଟକ ଚଣ୍ଡୀ ଙ୍କ ପାଖରେ ପଶୁ ପକ୍ଷୀ ଙ୍କୁ କେବଳ ମା ଙ୍କୁ ଛୁଆଇ ଦେଇ ଛାଡି ଦିଆଯାଏ , ସେଭଳି କରିବା ହେବନି କି..? ପରମ୍ପରା ର ପରିବର୍ତ୍ତନ ଆବଶ୍ୟକତା ରହିଛି କିନ୍ତୁ ପରମ୍ପରା ର ଆତ୍ମା କୁ ମାରିବା ଠିକ୍ ନୁହଁ । ଝୁଟିକଟା ବନ୍ଦ କରି ଫ୍ରେମ୍ ରେ ଝୁଟି କାଟି ପୂଜା କରିବା ଠିକ୍ କି? ଆମେ ଆଧୁନିକତା ନା ରେ ତାହା କରି ପାରୁଛୁ ପାରମ୍ପରିକ ଝୁଟି କଟା କୁ ଛାଡ଼ି କିନ୍ତୁ ପରମ୍ପରା ନାମରେ ପଶୁବଳି କୁ ଆଜି ମଧ୍ୟ ଆବୋରି ରଖିଛୁ ବୋଲି ଶ୍ରୀ ପ୍ରଧାନ କହିବା ସହ ସମୟ ଆସିବ ମାନସିକତା ରେ ପରିବର୍ତନ ଆସିବ ଓ ଆମେ ହିଁ ଏହା କୁ ବନ୍ଦ କରିବା ବୋଲି ସେ ଆଶାବାଦି ।
ଅନ୍ୟତମ ବକ୍ତା ରେମଣ୍ଡା କଲେଜ ଅଧ୍ୟକ୍ଷ ଝାସକେତନ ପ୍ରଧାନ କହିଥିଲେ ଯେ ସମୟର ପରିବର୍ତନ ରେ ପରମ୍ପରା ର ପରିବର୍ତ୍ତନ ଆସିଥାଏ । ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ଭିତରେ ଥିବା ଦୁରତ୍ଵ ଅତି କମ୍ । ପରିବର୍ତନ ର ଦ୍ୱାହି ଦେଇ ହଳିଆ ଗୀତ ଲୁଚିଗଲା ଟ୍ରାକ୍ଟର ର ଗର୍ଜନ ରେ ,ହୋମୋ ବାଉଳି ଗୀତ ଲୁଚିଗଲା ଆଜି ଆଧୁନିକ ଟିଭି ସିରିଏଲ୍ ରେ ବୋଲି ଶ୍ରୀ ପ୍ରଧାନ କ୍ଷୋଭ ର ସହ କହିଥିଲେ । ବଳି ପାଇଁ ଛିଡ଼ା ହୋଇଥିବା ଗୋଟିଏ ଛାଗଳ କେତେ ଯେ ଡରି ଯାଉଛି ସେ ଦୃଶ୍ୟ ,ତାହା କଣ କେହି ଦେଖୁଛି କି..? କେତେ କରୁଣ ଚାହାଣି ତାର । ଏହା ଆମ ନିଜର ଗର୍ବ ଓ ଅହଙ୍କାର ଯେ ମୁଁ ହଜାର ଲୋକଙ୍କ ଭିଡ ରେ ମା ଙ୍କୁ ବଳି ଭେଟି ଦେଲି ବୋଲି ଗର୍ବ ଅନୁଭବ କରୁଛୁ । ନିଜର ଅହମ ଅଟେ ଯାହାକୁ କି ଆମେ ନିଜେ ଚରିତାର୍ଥ କରିବା ପାଇଁ ହିଁ ଏହି ବଳି ପ୍ରଥା ର ଆରମ୍ଭ କରିଛୁ ।
ଦେବୀ ଙ୍କୁ ବଳି ଦେବା ନାଁରେ ରକ୍ତ ର ହୁରି ଖେଳିବା ଠିକ୍ ନୁହଁ । କଂସେଇ ମାଂସ ମାରିଲା ତାର ଜୀବିକା ପାଇଁ ଏବଂ ଆମେ ଖାଇଲେ ନିଜର ସ୍ଵାଦ ମେଣ୍ଟାଇବା ପାଇଁ । କିନ୍ତୁ ପରମ୍ପରା ର ଦ୍ୱାହି ଦେଇ ହଜାର ହଜାର ପଶୁ ପକ୍ଷୀ ଙ୍କୁ ବଳି ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆମେ ଆମର ମନର ଭାବନା କୁ ବଳିଷ୍ଠ କରିବା ପାଇଁ ଏଭଳି ଯୁକ୍ତି ବାଢ଼ି ନିଜ ର ପରମ୍ପରା ନାମରେ ବଳି ପ୍ରଥା କୁ ଆଗକୁ ବଢ଼ାଇବା ଠିକ୍ ହେଉନାହିଁ । ସେ ମଧ୍ୟ ଆଶାବ୍ୟକ୍ତ କରିଥିଲେ ଯେ ସମୟର ପରିବର୍ତ୍ତନ ରେ ମାନସିକତା ର ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଇପାରେ ଏବଂ ଏହି ପ୍ରଥା ଧୀରେ ଧୀରେ ସମାଜ ରୁ ଦୂରେଇ ଯିବ ବୋଲି ସେ ଆଶାବାଦୀ ବୋଲି କହିଥିଲେ । ସଭା ପ୍ରାରମ୍ଭରେ କବି ତଥା ଗାନ୍ଧୀ ସ୍ମୃତି ପାଠାଗାର ର ସମ୍ପାଦକ ମନୋରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଶେଷରେ ପଞ୍ଚାନନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

No Result
View All Result