No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ବରଗଡ :- ବାର୍ଦ୍ଧକ୍ୟଜନିକ କାରଣ ଯୋଗୁଁ ଅସୁସ୍ଥ ଥିବା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ବରଗଡ଼(ଜାବ) ପ୍ରତିଷ୍ଠାତା ସଦସ୍ୟ ଡ଼ମ୍ବରୁଧର ରଣାଙ୍କୁ ଓଡ଼ିଶା ୟୁନିଅଫ୍ ଜର୍ଣ୍ଣାଲିଷ୍ଟ(ଓୟୁଜେ) ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ରାଶିର ଚେକ ପ୍ରଦାନ କରାଯାଇଛି । ଜାବର ବରିଷ୍ଠ ସଭ୍ୟ ଭୀଷ୍ମଦେବ ପଣ୍ଡା, ନରେନ୍ଦ୍ର ଦାଶ, ସୋହେଲା ବ୍ଳକର କ୍ଷମାନିଧି ନାୟକ ଓ ଅଶ୍ବିନୀ ପାତ୍ର ତାଙ୍କ ସୋହେଲାସ୍ଥିତ ବାସଭବନକୁ ଯାଇ ପରିବାରଙ୍କ ଉପସ୍ଥିତିରେ ଚେକ ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, ଡ଼ମ୍ବରୁଧରଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ଭୀଷ୍ମଦେବ ପଣ୍ଡାଙ୍କ ନେତୃତ୍ବରେ ଜାବର ଜିଲ୍ଲା ସଭାପତି ରବିନାରାୟଣ ପଣ୍ଡା, ସଂପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ସହ ପ୍ରତିନିଧି ଦଳ ଗତ ଅଗଷ୍ଟ ୨୭ ତାରିଖ ତାଙ୍କ ବାସଭବନକୁ ଯାଇ ପଚାରିବୁଝିଥିଲେ । ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଓୟୁଜେଠାରେ ଜାବ ନେତୃବୃନ୍ଦ ବଳିଷ୍ଠ ଦାବି ଉପସ୍ଥାପନ କରିଥିଲେ । ଚେକ ପାଇବା ପରେ ଜାବ ନେତୃତ୍ବ, ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଓ ସଂପାଦକ ଅଶୋକ ନନ୍ଦଙ୍କ ଶ୍ରୀ ରଣା କୃତଜ୍ଞତା ଜ୍ଞାପନ କରିଛନ୍ତି ।
No Result
View All Result