No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଅକ୍ଟୋବର ,ଶନିବାର ) ବରଗଡ଼ :- ଓଡିଶା ମିଲେଟ ମିଶନ ତରଫରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ସ୍ବେଛାସେବୀ ସଂସ୍ଥା ଦ୍ୱାରା ବରଗଡ଼ ଜିଲ୍ଲାର ପ୍ରଥମ ମାଣ୍ଡିଆ ହୋଟେଲ ବିଜେପୁର ଠାରେ ଶୁଭାରମ୍ଭ ହୋଇଯାଇଛି l ଏହାକୁ ଆନୁଷ୍ଠାନିକ ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା ଭାରପ୍ରାପ୍ତ ବି. ଡି.ଓ ଦେବାଶିଷ ସିଂହ୍ନl, ବ୍ଲକ କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ ତଥା ମହାଶକ୍ତି ଫାଉଣ୍ଡେସନ ର ଉପ ସଭାନେତ୍ରୀ ରୋଜାଲିନ ଭୂୟାଁଙ୍କ ଉପସ୍ଥିତି ଥିଲେ l ଏହି ଅବସରରେ ଷ୍ଟେଟ ରିସର୍ଚ୍ଚ ଅଫିସର ପୁଲକ କୁମାର ନାୟକ, ସ୍କିମ ଅଫିସର ସଂଯୁକ୍ତା ମୁଣ୍ଡା ଅପପୁଷ୍ଟି ଜନିତ ବିଭିନ୍ନ ଶାରୀରିକ ସମସ୍ୟା ଓ ସଠିକ ଖାଦ୍ୟ ପୋଷଣ ଉପରେ ଆଲୋଚନା କରିଥିଲେ l ମିଲେଟ ମିଶନ ର ଆଞ୍ଚଳିକ ସଂଯୋଜକ ସଂଜୀବ ନାୟକ ଓ ଜିଲ୍ଲା ସଂଯୋଜକ ମୃତୁଞ୍ଜୟ କନ୍ଦପନ ମାଣ୍ଡିଆ ଖାଦ୍ୟ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ହେବାକୁ ଥିବା କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ l ମିଶନ ଶକ୍ତି ର ଡି. ପି. ସି ଅନିଲ ଡହଙ୍ଗl ମାଣ୍ଡିଆ ହୋଟେଲ ଉପଭୋକ୍ତା ମାନଙ୍କୁ ପୁଷ୍ଟିକର ଜଳଖିଆ ତଥା ସ୍ୱାସ୍ଥ୍ୟ ଅନୁକୂଳ ଖାଦ୍ୟ ଯୋଗାଇବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର କରିବାର ଏକ ନୂଆ ରାହା ମିଳିଗଲା ବୋଲି ମତବ୍ୟକ୍ତ କରିଥିଲେ l

ପ୍ରକାଶ ଯେ ମାଣ୍ଡିଆ ହୋଟେଲର ପରିଚାଳନା ଦାୟିତ୍ୱ ଲଷ୍ମୀବାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ତାଳପଦର ନେଇଅଛି l ମିଲେଟ ମିଶନର ବ୍ଲକ ସଂଯୋଜକ ରବି ରଣl କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଖୁବ ଶୀଘ୍ର ବ୍ଲକର ତାଲପଦର ଓ ବଡବ୍ରlହ୍ମଣି ଗ୍ରାମ ପଂଚାୟତ ରେ ଆଉ ଦୁଇଟି ମାଣ୍ଡିଆ ଟିଫିନ ସେଣ୍ଟର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାର ଜଣାଇଥିଲେ l ଏଥିପାଇଁ ଆଗ୍ରହୀ ସ୍ବୟଂ ସହାୟକ ଗୋଷ୍ଠୀ ମାନେ ତୁରନ୍ତ ସି. ଡି. ପି. ଓ ଅଫିସ କୁ ଯୋଗାଯୋଗ କରିବାକୁ କହିଥିଲେ l ଶେଷରେ ସଂଯୋଜକ ଗୌର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ଶତପଥୀ, ନରେଶ ବରିହା ଉପସ୍ଥିତ ଥିଲେ l ଲଷ୍ମୀବାଇ ଏସ. ଏଚ. ଜି ର ସଭ୍ୟାମାନେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଅତିଥି ମାନଙ୍କୁ ପ୍ରଦାନ କରିବା ସହ ଗ୍ରାହକ ମାନଙ୍କୁ ବିକ୍ରୟ କରିଥିଲେ l ପ୍ରକାଶ ଥାଉକି ମରୁଡି ସହନଶିଳତା ଗୁଣ ପାଇଁ ବିଜେପୁର ଚାଷୀଙ୍କ ପାଇଁ ଧୀରେ ଧୀରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି l ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result