No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ବରଗଡ଼ :- ବରଗଡ଼ ସହର ମଧ୍ୟରେ ଗତ କିଛି ମାସ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ସୁଧାରିବା ପାଇଁ ବରଗଡ଼ ପୋଲିସ ପକ୍ଷରୁ ଜନ ସାଧାରଣ ଙ୍କ ସହଯୋଗ ଲୋଡ଼ାଯାଇଛି। ଏହି କ୍ରମରେ ଆଜି ଟାଉନ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମବରଗଡ଼ ର ସଚେତନ ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଟାଉନ ଥାନା ଆଇଆଇସି ସଦାନନ୍ଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସହର ମଧ୍ୟ ରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ସମସ୍ତେ ଅଧିକାରୀ ଙ୍କୁ ଅବଗତ କରାଇଥିଲେ ।

ଏଥିରେ ପୁରୁଣା ଡାକ୍ତରଖାନାରାସ୍ତା ଓ୍ବାନ ଓ୍ବେ କରିବା, ରାସ୍ତା କଡ ପିର୍କି° ବ୍ୟବସ୍ଥା କୁ ସୁଧାରିବାକୁ, ରାସ୍ତା ଉପରେ ବୁଲା ଗାଇ ଗୋରୁ ଙ୍କ ପାଇଁ ସମସ୍ୟା କୁ ଦୂର କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ରବିନାରାୟଣ ପଣ୍ଡା, ସମ୍ବିତ ଆଚାର୍ଯ୍ୟ,ହର ଦୀପ ସିଂ,ସମୀର ସିଂ, ସରୋଜ ମହାପାତ୍ର,ପୁରନ୍ ଶର୍ମା, ଅଶୋକ ବେହେରା, ସଚିଦାନନ୍ଦ ପଣ୍ଡା, ନାରାୟଣ ଶର୍ମା, ପାଣ୍ଡବ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
No Result
View All Result