No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ ଉପରେ ଏକ ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ବିଧାନସଭାରେ ଆଲୋଚନା ହେଉଥିବା ସମସ୍ତ ପ୍ରସଙ୍ଗକୁ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ଭାଷାରୁ ଇଂରାଜୀ ଭାଷାକୁ ଅନୁଦିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ।
ଓସ୍ୱାସର ସହଯୋଗରେ ବିଧାନସଭାରେ ନେଭା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯିବ ଏବଂ ବିଧାନସଭାର ସମସ୍ତ ବିବରଣୀ ଜନସାଧାରଣଙ୍କୁ ଉପଲବ୍ଧ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସାମ୍ୱାଦିକଙ୍କ ସହ ସାକ୍ଷାତ ଏବଂ ମତାମତ ରଖିବା ନିମନ୍ତେ ବିଧାନସଭା ପରିସରରେ ଏକ ମିଡିଆ ପ୍ରକୋଷ୍ଠ ତୁରନ୍ତ ପ୍ରତିଷ୍ଠା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ସଂସଦୀୟ ବ୍ୟାପର ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ବୈଷୟିକ ଅଧିକାରୀ ସରିତା ସାହୁ, ବୈଜ୍ଞାନିକ ଦିଲ୍ଲୀପ କୁମାର ମାନ୍ଧାତା, ବିଧାନସଭା ଯୁଗ୍ମ ସଚିବ ଦେବାନନ୍ଦ ଦୋରା ପ୍ରମୁଖ ଯୋଗ ଦେଇଥିଲେ ।
No Result
View All Result