No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ପୁରୋହିତ କଲ୍ଯାଣ ମଣ୍ଡପରେ ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ ପକ୍ଷରୁ ଏକ ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରଗଡ ଜିଲ୍ଲାରେ କାର୍ଯ୍ଯ କରୁଥିବା ମିଟର ଭିଡର ମାନଙ୍କର ବିଭିନ୍ନ ସମସ୍ଯା ସଂର୍ପକରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଦସ୍ଯ ମାନେ ସେମାନଙ୍କୁ ସର୍ବନିମ୍ନ ମଜୁରୀ,ଇପିପେ,ଇସେଆଇ,ବୋନସ,ନିଯୁକ୍ତି ପତ୍ର,ପରିଚୟ ପତ୍ର,ଆଦି ମିଳୁ ନଥିବା ସଂର୍ପକରେ ବକ୍ତବ୍ଯ ରହିଥିଲେ । ଏହି ସବୁ ସମସ୍ଯାର ତୁରନ୍ତ ସମାଧାନ କରିବାଲାଗି ଉପସ୍ଥିତ ସଦସ୍ଯ ମାନେ ସଂଘ ନିକଟରେ ଦାବୀ କରିଥିଲେ । ସାଧାରଣ ସମ୍ପାଦକ ଉକ୍ତ ଘଟଣା ଉପରେ ବିଶଦ ଆଲୋଚନା
ସହ ମିଟର ରିଡର ମାନଙ୍କର ବକେୟା ପ୍ରାପ୍ଯ ସହ ଅନ୍ଯାନ୍ଯ ଅସୁବିଧା ଗୁଡିକୁ କିପରି ତୁରନ୍ତ ସମାଧାନ କରିବେ ତାହା ଉପରେ ଉପସ୍ଥିତ ସଭ୍ଯ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ସଭାରେ ବରଗଡ ଜିଲ୍ଲାରୁ ଚାଳିଶ ରୁ ଉର୍ଦ୍ଧ୍ବ ନୁତନ ସଦସ୍ଯ ଯୋଗ ଦେଇଥିଲେ । ଉକ୍ତ ସଭାରେ ସଂଘର ବରୁଣ ସାହୁ,ରଜନୀକାନ୍ତ ସାହୁ,ବସନ୍ତ କୁମାର ପଟେଲ,ପ୍ରକାଶ ଚନ୍ଦ୍ର ସାହୁ,ସମୀର ସେଠ,ସୁରଜ ମିଶ୍ର,ଜୟନ୍ତ କୁମାର ପଣ୍ତା,ଜିତେନ୍ଦ୍ର ପଣ୍ତା,ରମେଶ ମାଝୀ,ଚୈତନ୍ୟ ଶାହା,ପ୍ରଶାନ୍ତ ବାଗ,ଦେବାନନ୍ଦ ସାହୁ,ତୁଫାନ ସିଂ ବରିହା,ଆଜାଦ ସାହୁ,ଶେଷ ଦେବ ସାହୁ,ଜୟନ୍ତ ସାହୁ,ଶେଷ ଦେବ ମିଶ୍ର,ରୋଶନ ଶାହା,ଦେବେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ରଖିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result