No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର) ବରଗଡ଼ :- ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ ଆନୁକୂଲ୍ୟରେ ଆଜି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ଠାରେ ସୁରମ୍ୟ ପରିବେଶରେ ଦଶମ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡମ୍ବରେ ପାଳିତ ହୋଇଯାଇଛି l ବରିଷ୍ଠ ସମାଜସେବୀ ମୂଳଜୀ ପ୍ରଧାନ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ପରେ ବରିଷ୍ଠ ମାନଙ୍କ ପଦପୂଜନ ପୂର୍ବକ ଗୀତା ପୁସ୍ତକ, ତୁଳସୀ ମାଳ ଓ ଉତ୍ତରୀୟ ପ୍ରଦାନ କରିଥିଲା । ସଙ୍ଘଠନ ର ପ୍ରାକ୍ତନ ସଭାପତି ଅଧ୍ୟପକ ରମାକାନ୍ତ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଭାପତି ସୁରେନ୍ଦ୍ର ମେହେର ସ୍ୱାଗତ ସାମର୍ଦ୍ଧନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l

ସଂଗଠନ ର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ସଭାର ଉଦ୍ଧ୍ୟଶ ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥି ବରଗଡ଼ ଅତିରିକ୍ତ ଜିଲ୍ଲପାଳ ମିର୍ଧା ଟପ୍ପୋ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପ୍ରସାଦ ରୟଗୁରୁ ତରଭା କଲେଜ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଟେକଚlନ୍ଦ ଦୁଆନ, ଶ୍ରୀମତୀ ଅନିତା ଲlଟ ସଭାପତି ଲୟନ୍ସ କ୍ଳବ ବରଗଡ଼
ଓ ଜଗଦିଶ ପ୍ରଧାନ ସମ୍ପାଦକ ଭଟିଳି ବରିଷ୍ଠ ନାଗରିକ ସଂଘ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l
ବରିଷ୍ଠ ନାଗରିକ ସମାଜର ମୂଲ୍ୟବାନ ସମ୍ବଳ ଏବଂ ସେମାନେ ଜୀବନର ଶେଷ ଯାଏ ଏକ ସମ୍ମାନନୀୟ ଆନନ୍ଦମୟ ଜୀବନ ବଂଚିବାର ଅଧିକାରୀ ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଶେଷରେ ସଂଗଠନ ର ସଭ୍ୟ ପ୍ରଦେଶୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଦ୍ବିତୀୟ ପର୍ଯ୍ୟାୟରେ ଲୟନ୍ସ କ୍ଲବ ବରଗଡ ତରଫରୁ ମାଗଣା ଚକ୍ଷୁ ଓ ଡାଏବେଟିସ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l

No Result
View All Result