No Result
View All Result
ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲିସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭାରେ କୋଭିଡ ନିୟମକୁ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶ୍ଵମୋହନ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଜିତ କୁମାର ଛାତ୍ରିଆ ଯୋଗ ଦେଇଥିଲେ ।
ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଅନ୍ତର୍ଯ୍ୟାମୀ ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥି ଓ ଯୁକ୍ତ ଦୁଇ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର ,ଇଂରାଜୀ ଅଧ୍ୟାପକ ସୁଧାଂଶୁ ଦାଶ ଯୋଗ ଦେଇଥିଲେ । କଲେଜର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ଦାୟିତ୍ୱରେ ଥିବା ଓଡ଼ିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏ ଅବସରରେ ଅଧ୍ୟାପିକା ପିଙ୍କି ବାରିକ୍ ଛାତ୍ରୀ ମାନଙ୍କ ଶୁଭାର୍ଶିବାଦ କାମନା କରିଥିଲେ। ହିନ୍ଦୀ ବିଭାଗର ଅଧ୍ୟାପିକା ଜ୍ୟୋତି ସାହୁଙ୍କ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଛାତ୍ରୀମାନଙ୍କ ମଙ୍ଗଳ କାମନା କରିବସହ ଶୁଭାଶିର୍ବାଦ ପ୍ରଦାନ କରିଥିଲେ । ଅଧ୍ୟାପକ ସୁନୀଲ କୁମାର ନନ୍ଦ, ସାଗର ପଧାନ,ନୀତେଶ ତାଣ୍ଡି, ଅଧ୍ୟାପିକା ଅଙ୍କିତା ବାବୁ,ନିଳୀମା ନାୟକ, ଜୟଲକ୍ଷ୍ମୀ ସାହୁ, ଏବଂ ସହକର୍ମୀ ବୃନ୍ଦ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ,ପ୍ରଦୀପ କୁମାର ମିଶ୍ର,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର,ଆନନ୍ଦ ବେହେରା,ତ୍ରିପୁରା ବେହେରା ସହଯୋଗ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result