No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରେ କୋଭିଡ କଟକଣା ଅନୁଯାୟି ପାଳିତ ହୋଇଛି । ଗ୍ରାମର ଯବୁତୀ ଓ ମହିଳାମାନେ ଗ୍ରାମର ସାହିମାନଙ୍କରେ ମୃଣୟୀ ମୃତ୍ତିମାନଙ୍କୁ ନେଇ ନିରାଡମ୍ବର ଭାବେ ପୂଜାର୍ଚ୍ଚନା କରିଥିଲେ । ଗ୍ରାମ୍ୟ କମିଟି ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଏହି ପର୍ବ ପାଳନ କରାଯାଇଥିଲା ।

ବିନା ପ୍ରଶସନରେ ମହାନଦୀରେ ବିସର୍ଜନ ତୁଠରେ ମୂର୍ତ୍ତିମାନଙ୍କୁ ବିସର୍ଜନ କରାଯାଇଛି । ଗ୍ରାମ୍ୟ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦଳେଇ, ସଂପାଦକ ଲିଙ୍ଗରାଜ ତ୍ରିପାଠୀ, ସରପଞ୍ଚ ତରୁଣକାନ୍ତ ମହାପାତ୍ର, ସମିତି ସଭ୍ୟ ବିଶ୍ୱରଞ୍ଜନ ପଣ୍ଡା, ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର , ସହଦେବ ସେଠୀ ପ୍ରମୁଖ ଏହି କର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result