No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ଏକଦା ରାଜ୍ୟ ରେ ବାଙ୍କୀ ଏନଏସି ସ୍ୱଚ୍ଛ ସହର ର ମଡେଲ ହୋଇଥିଲା ବେଳେ ବର୍ତ୍ତମାନ ତାର ସ୍ଥିତି ଦେଖିଲେ ବିଶ୍ଵସ କରିହେଉନାହିଁ।ସ୍ଥାୟୀ କାର୍ଯ୍ୟ ନିର୍ବାହୀଅଧିକାରୀ ନଥିବା ଆଚର୍ଯ୍ୟ ର ବିଷୟ ବାଙ୍କୀ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଅତିରିକ୍ତ ଦାଇତ୍ୱ ରେ ଥିବା ବେଳେ ମଧ୍ୟ ବାଙ୍କୀ ସ୍ଥିତି ବେହଲ । ବାଙ୍କୀ ସହର ତଥା ଏନ୍.ଏ.ସିର ୧୭ଗୋଟି ୱାର୍ଡରେ ଡ୍ରେନଗୁଡିକ ଠିକ୍ ଭାବରେ ସଫା ହେଉନାହିଁ ନାଳ ରେ ପାଣି ଜମି ମଶା ଓ ବିଭିନ୍ନ କିଟ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବାଙ୍କୀ ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ରାସ୍ତା ରେ ଅଧିକାଂଶ ସ୍ଥାନରେ କୁଢ କୁଢ଼ ଅଳିଆ । ନାଳ ରେ ପାଣି ଜମି ରହିଥିବାରୁ ଡେଙ୍ଗୁରୋଗ ବ୍ୟାପିବାର ଆଶଙ୍କା କୁ ଆଡେଇ ଦିଆଯାଇନପାରେ ।

ବାଙ୍କୀ ଏନ୍.ଏ.ସିର ମୁଖ୍ୟ ଗ୍ରାମ ଚର୍ଚ୍ଚିକା ୭ନମ୍ବର ୱାର୍ଡର ଡ୍ରେନ୍ଟି ରେ ପାଣି ନିଷ୍କାସନ ହୋଇପାରୁନାହିଁ ବର୍ଷ ଜଳ ନିଷ୍ପାସନ ହୋଇ ନପାରି ସେଠାରେ ରହି ବିଷାକ୍ତ ଗନ୍ଧ ପାଣି ରେ ପରିଣତ ହୋଇ ଉକ୍ତ ପାଣି ନିକଟସ୍ଥ ବାଙ୍କୀ କଚେରୀ ପରିସରରେ ଦୂଷିତ ଜଳ ପ୍ରବାହିତ ହେଉଛି ଯାହା ବିଭିନ୍ନ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି।କଚେରୀ ପାଖ ମହାଦେବ ମନ୍ଦିର କୁ ଭକ୍ତ ଉକ୍ତ ପାଣି କୁ କୁଦି ଯାଉଥିବା ଦେଖିବାକୁ ମିଳିଛି । ସେହିପରି କଲେଜ ଅଞ୍ଚଳ, ସାହାଡ଼ାପଦା,ବାଙ୍କୀ ଟାଉନ ସମେତ ଅନ୍ୟାନ୍ୟ ୱାର୍ଡରେ ଡ୍ରେନଗୁଡିକ ସଫା ହେଉନଥିବାରୁ ଜଳ ନିଷ୍କାସନ ହୋଇ ନପାରି ଦୂଷିତ ପରିବେଶ ସୃଷ୍ଟି ହେଉଛି ।

ବାଙ୍କୀ ଉପଜିଲ୍ଲାପାଳ ଏନ୍.ଏ.ସିର ମୁଖ୍ୟ ପ୍ରଶାସକ ଏବଂ ତହସିଲଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିଲେମଧ୍ୟ ଏନ୍.ଏ.ସିର ପରିମଳ ବ୍ୟବସ୍ଥା ସମାଧାନ ହୋଇ ପାରୁନାହିଁ । ଏ ସମ୍ପର୍କରେ ବାଙ୍କୀ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ କହିଲେ ମୁଁ ଏ ସମ୍ପର୍କରେ ଆପଣଙ୍କ ଠାରୁ ସୂଚନା ପାଇଲି କାଲି ଠାରୁ ଏନଏସି ର ସମସ୍ତ ନାଳ ସଫା କରିବା ପାଈଁ ପ୍ରକାଶ କରିଛନ୍ତି ।
No Result
View All Result