No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଶିଳ୍ପ ଦ୍ୟୋଗୀ ସ୍ଥାପନ ରେ ବ୍ୟାପକ ସୁଯୋଗ ରହିଛି ବୋଲି ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଶିଳ୍ପଦ୍ୟୋଗୀ ମାନଙ୍କୁ ୠଣ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଶିଳ୍ପଦ୍ୟୋଗୀ ମାନେ ଏହାର ସୁଯୋଗ ନେବାକୁ ସେ ବୈଠକରେ ପରାମର୍ଶ ଦେଇଥିଲେ । ବରଗଡ଼ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ,ଷ୍ଟାର୍ଟ ଅଫ ଓଡ଼ିଶା, ତଥା ବିଭିନ୍ନ ସରକାରୀ ଯୋଜନା ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଲକ୍ଷ୍ମୀ ଧରି ସୋରେନ୍, ତଥା ଜିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ପରେ ବରଗଡ଼ ର ଶିଳ୍ପଦ୍ୟୋଗୀ ମାନଙ୍କ ସହ ସାର୍କିଟ ହାଉସ ରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result