No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ଭୁବନେଶ୍ୱର :- ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମି ହଡ଼ପ ସହ ୪୦କୋଟି ଟଙ୍କା ହଡ଼ପ ଯୋଜନା ବିରୁଦ୍ଧରେ ସ୍ୱର ଉତଳନ କରିଛନ୍ତି ସ୍ଥାନୀୟ ଲୋକ ଓ ସେବାୟତ । ଏନେଇ ସେମାନେ ଆଜି ବିଏମ୍ସି କାର୍ଯ୍ୟାଳୟ ଓ ବିଏମ୍ସି କମିସନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ପ୍ରକାଶ ଥାଉକି, ମନ୍ଦିର ଉତର ପାଶ୍ୱର୍ରେ ୧୦୦ମିଟର ଦୂରରେ ଥିବା ଯାତ୍ରୀ ନିବାସ (କୋରାପୁଟ୍ ଭବନ) । ଯାହାର ମୂଳ ମାଲିକ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମାର୍ଫତ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ । ସେଥିରେ ଅଂଚଳ ବଟୁ, ପତ୍ନୀ ବବିତା ବଟୁ ଏହି ଭୂ-ସମ୍ପତିର ମୂଳ ରେକର୍ଡକୁ ଚଚଂକତା ପୂର୍ବକ ପରିବର୍ତନ କରି ନିଜ ନାମରେ କରବା ସହ ଅଟ୍ଟାଳିକା ନିର୍ମାଣ୍ଣ କରି ଘରୋଇ ଯାତ୍ରୀ ନିବାସରେ ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରିଛନ୍ତି ।

ଏବେ ଏକାମ୍ର ଯୋଜନାରେ ଏହି ଜମିରେ କ୍ଷତି ୪୦କୋଟ ଟଙ୍କାର କ୍ଷତି ପୁରଣ ପାଇଁ ମସୁଧା ଚାଲିଛି । ଏଥି ସହ ଜମି ବଦଳରେ ନୂଆ ପ୍ରସ୍ତାବିତ ବସ୍ଷ୍ଟାଣ୍ଡ୍ ନିକଟରେ ଜମି ଦେବାକୁ ବିଏମ୍ସ ପତ୍ରସଂଖ୍ୟା ୬୯୯୫୩ରେ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଚିଠି କରାଯାଇଛି । କୁହାଯାଇଛି ଯେ, ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରି ଠାକୁରଙ୍କ ୪୬୨ଡିସିମିଲ ତାଙ୍କୁ ପ୍ରଦାନ ପାଇଁ ଚିଠି କରାଯାଇଛି । ଏହା ଦ୍ୱାରା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେବାକୁ ଯାଉଛି । ଶ୍ରୀଲିଙ୍ଗରାଜଙ୍କ ଜମିରେ ଘରୋଇଙ୍କୁ ମିଥ୍ୟା ବିଲ୍ କରାଯାଇ ଶତକଡ଼ା ୯୫ଗୁଣା କ୍ଷତି ପୂରଣ ଦେବାକୁ ବିଏମ୍ସି ଯୋଜନା କରିଛି ।

ଏଥିରେ କିଛି କୁଜି ଓ ପୂର୍ବତନ କର୍ପୋରେଟରଙ୍କ କାରସାଦି ଦ୍ୱାରା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା କ୍ଷତି ହେଉଥିବାରୁ ଏହାର ପ୍ରତିବାଦରେ ଏକାମ୍ର ଜନ ଜାଗରଣ ମଂଚ ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିଥିଲା । ମଂଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଗୋପିନାଥ ପ୍ରଧାନ, ମାନସ ପତି, ରାଜେଶ ମିଶ୍ର, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ରାକେଶ ନାୟକ, ରାଜେନ୍ଦ୍ର କୁମାର ନାଥ,ମଞ୍ଜୁଲତା ପଟ୍ଟନାୟକ, ବିନୋଦୀନୀ ସେନାପତି, ବିଷ୍ଣୁ ପ୍ରୀୟା ଜେନା, ମାନସୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
No Result
View All Result