No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ପଦ୍ମପୁର :- ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇ ପଦ୍ମପୁର ରୁ ବହୁ ସଂଖ୍ୟାରେ ଯୁବକ ମାନେ ବିଜେପିରେ ସାମିଲ ହେବା ପ୍ରକ୍ରିୟା ଚାଳିଛି । ଆଜି ପଦ୍ମପୁର ଅଞ୍ଚଳ ଜଣେ ଯୁବ ନେତା ତଥା ଚିକିତ୍ସକ ଶ୍ରୀ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ ହୋଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପାଇକମାଲ ସ୍ଥିତ ନିବାସକୁ ନୁଆଁଖାଇ ଭେଟ ହେବା ପାଇଁ ଆସିଥିବା ଅବସରରେ ଯୁବନେତା ଶ୍ରୀ କଳଧର ସେଠ,

ଝାଙ୍କରପାଲି ଗ୍ରାମର ୱାର୍ଡମେମ୍ବର ଶ୍ରୀ ଯୋଗେଶ୍ବର ବିଶି,ଶ୍ରୀ ସୁରେଶ୍ଵର ସାହୁ,ଅରୁଣ ବାରିକ,ମାଳୁଭୁଏ,ବିରେନ ସାହା ବିଜେପିରେ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ସମସ୍ତଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ବିଜେପିରେ ସାମିଲ କରାଇଥିଲେ । ଏହି ଯୋଗଦାନ କାର୍ଯ୍ଯକ୍ରମରେ ବରଗଡଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଶ୍ରୀକାନ୍ତମିଶ୍ର ,ଦହିତା ମଣ୍ଡଳ ସଭାପତି ଶ୍ରୀ କେତନ ମେହେର,କୃଷକ ମୋର୍ଚ୍ଚାର ରାଜ୍ଯ ସଂଯୋଜକ ଶ୍ରୀ ନିରୋଜ ଦାସ,ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ ଆଦି ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result