No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ) ବରଗଡ଼ :- ଶ୍ରୀ ଗଣେଷ ପୂଜା ଉପଲକ୍ଷେ ଭଟଲି ସ୍ଥିତ ଦଧିବାମନ ମହାବିଦ୍ୟାଳୟ ର ନୂତନ କୋଠା କୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ଙ୍କ ବିଭିନ୍ନ ପାଣ୍ଠି ରୁ ନିର୍ମିତ ଉକ୍ତ କୋଠାଘର କୁ ଉଦଘାଟନ ପରେ ସେଠାରେ ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମାଣ ଚାଲିଥିବା ଏକାଡେମୀ ବିଲଡି°,କେଣ୍ଟିନ ଓ ହଷ୍ଟେଲ ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିଥିଲେ ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଡଃ ଜୟ ସେନ ଭୋଇ, ଗୋବିନ୍ଦ ଚନ୍ଦ୍ର ସାହୁ, ପରିଚାଳନା କମିଟି ସଭ୍ୟ ସନ୍ତୋଷ ସେଠ, ସୁଶାନ୍ତ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ଭଟଲି ବ୍ଲକ ଉପାଧ୍ୟକ୍ଷ ମଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result