No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ୧୮୦-୨୦୦ ସିସି ବର୍ଗରେ ବିପ୍ଳବ ଆଣିବା ଲାଗି ଉନ୍ମୋଚନ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଭାରତରେ ଆରମ୍ଭ କରାଯାଇଛି । ନୂଆ ସିବି୨୦୦ଏକ୍ସ ହେଉଛି ବହୁତ ଭଲ ଭାବେ ତିଆରି କରାଯାଇଥିବା ଏକ ମେସିନ୍ ଯାହା ଦୈନନ୍ଦୀନ ଯାତ୍ରାକୁ ଆରାମଦାୟକ କରିବ ଓ ସପ୍ତାହନ୍ତରେ ନୂଆ ସ୍ଥାନ ବୁଲିବା ଲାଗି ଚାଳକଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିବ । ଏହାର ସ୍ୱତନ୍ତ୍ର ସୁବିଧା ସୁଯୋଗ ଓ ଦୃଢ଼ ଚରିତ୍ର ଯୋଗୁଁ ଏହା ହେଊଛି ଏକ ବାସ୍ତବ ସହରୀ ଗାଡ଼ି ଯାହା ଉତ୍ସାହୀଙ୍କ ଆଶା ପୂରଣ କରିବ ।
ସିବି୨୦୦ଏକ୍ସର ଡେଲିଭରି ଶୁଭାରମ୍ଭ ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ-ବିକ୍ରି ଓ ବିପଣନ, ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଉନ୍ମୋଚନ ହେବା ଦିନ ଠାରୁ ଆରମ୍ଭ ଡିଲର୍ ନେଟ୍ୱର୍କକୁ ନୂଆ ପିଢ଼ିର ଗ୍ରାହକଙ୍କ ଠାରୁ ଅନେକ ଅନୁସନ୍ଧାନ ଆସୁଛି । ସ୍ଥିତି ସ୍ୱାଭାବିକ ହେଉଥିବାରୁ ଲୋକମାନେ ନିଜ କାମକୁ ଓ ଚିତ୍ତବିନୋଦନ କରିବାକୁ ବାହାରକୁ ବାହରିଛନ୍ତି । ସେମାନେ ନିଜର ଆଶା ପୂରଣ ହେବା ଭଳି ଏକ ମେସିନ୍ ଚାହୁଁଛନ୍ତି । ହୋଣ୍ଡା ସିବି ପରମ୍ପରା ସହିତ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସ ଉଭୟ ବ୍ୟସ୍ତ ସପ୍ତାହ ଦିନଗୁଡ଼ିକରେ ସହର ଭିତରେ ବୁଲିବା ସମେତ ରୋମାଞ୍ଚିତ ହେବା ଲାଗି ସପ୍ତାହନ୍ତରେ କ୍ଷୁଦ୍ର ଟିପ୍ରେ ବାହାରିବା ଆଦି ପାଇଁ ଶ୍ରେଷ୍ଠ ସହଯୋଗୀ ଭାବେ ପ୍ରମାଣିତ ହେବ ।’’
ନୂଆ ସିବି୨୦୦ଏକ୍ସରେ ସ୍ପୋର୍ଟି ଅଣ୍ଡର୍ କାଉଲ୍, ଅପ୍ସ୍ୱେପ୍ଟ ଏକ୍ଜଷ୍ଟ୍, ସ୍ୱାଗ୍ଡ ହାଣ୍ଡେଲ୍ ବାର୍, ଟଲ୍ ଭାଇଜର୍, ଏଲ୍ଇଡି ନକଲ୍ କଭର୍, ସର୍ଭିସ୍ ଡିଉ ଇଣ୍ଡିକେଟର୍, ପେଟାଲ୍ ଡିସ୍କ ବ୍ରେକ୍, ହାଜାର୍ଡ ସ୍ୱିଚ୍, ଟାଙ୍କିରେ ଚାବି, ଅତ୍ୟାଧୁନିକ ୧୮୪ ସିସିର ଅଧିକ ଶକ୍ତି ଓ ଟର୍କ ଉତ୍ପନ୍ନ କରୁଥିବା ଇଞ୍ଜିନ୍ ଆଦି ଭଳି ସୁବିଧା ରହିଛି । ଏଥିରେ ରୋଲର୍ ରକର୍ ଆର୍ମ, ପିଷ୍ଟନ୍ କୁଲିଂ ଜେଟ୍, ଡାଇମଣ୍ଡ୍ ପ୍ରକାରର ଷ୍ଟିଲ୍ ଫ୍ରେମ୍ ଆଦି ସୁବିଧା ମଧ୍ୟ ରହିଛି । ଏହା ପର୍ଲ ନାଇଟ୍ଷ୍ଟାର୍ ବ୍ଲାକ୍, ମାଟ୍ ସେଲେନ୍ ସିଲ୍ଭର୍ ମେଟାଲିକ୍ ଓ ସ୍ପୋଟ୍ର୍ସ ରେଡ୍ ଭଳି ରଙ୍ଗରେ ୧,୪୪,୫୦୦ ଟଙ୍କାର ପ୍ରାରମ୍ଭିକ ଏକ୍ସ ସୋ’ରୁମ୍ ଦାମ୍ରେ ଉପଲବ୍ଧ ହେଉଛି । କଂପାନି ତିରଫରୁ ଏହା ଉପରେ ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯାଉଛି ।
No Result
View All Result