No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେହିପରି ବରଗଡ଼ ସହର ସମେତ ଆଖପାଖ ଅଂଚଳରେ ମଦ,ଜୁଆ, ସଟ୍ଟା କାରବାର ପୋଲିସ ପ୍ରସ୍ରୟରେ ଚାଲିଛି। ଯ ଦ୍ବାରା କି ଜିଲ୍ଲା ରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।

ପୋଲିସ ଅପରାଧୀ କୁ ଧରିବାରେ ବିଫଳ ହୋଇଛନ୍ତି ବୋଲି ଆଜି ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଏସପି ଙ୍କ ଅଫିସ ସମ୍ମୁଖରେ ନେତା ମାନେ ବିକ୍ଷୋଭ ସଭିରେ ବର୍ଷି ଥିଲେ। ଭିଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏସପି ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ରେ ବିପର୍ଯ୍ୟସ୍ତ ଆଇନ ପରିସ୍ଥିତି କୁ ସୁଧାରିବାକୁ ଏକ ଦାବି ପତ୍ର ଏସପି ରାହୁଲ ଜୈନ ଙ୍କୁ ପ୍ରଦାନ କରିଥିଲେ ।

ପରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମୀ ମାନେ ଧାରଣାରେ ବସିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ପଣ୍ଡା, ରବିନାରାୟଣ ଦାଶ,କୁଶ କଲେତ,ବୈକୁଣ୍ଠ ସାହୁ,ଅବନୀ କାନ୍ତ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମୀତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ )

No Result
View All Result