No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ନୟାଗଡ଼ ଜିଲ୍ଲା ଯୁବରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

ଜଙ୍ଗଲ ବିଭାଗ ଅଧିକାରୀ ଏଚ.ଡ଼ି ଧନରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶକ୍ତିପ୍ରସାଦ ମିଶ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳାଇ ଓ କନିଷ୍ଠ ରେଡ଼କ୍ରସ ସଂଯୋଜକ ସଞ୍ଜୟ କୁମାର ପ୍ରଧାନ ଯୋଗଦେଇ ଜିଲ୍ଲାର ସମସ୍ତ ଯୁବରେଡ଼କ୍ରସ ପରାମର୍ଶଦାତାଙ୍କୁ ସମାଜ ସେବାରେ ବ୍ରତୀହେବାପାଇଁ ସଂକଳ୍ପ କରାଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଚକ୍ରରେ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ପ୍ରତି ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଗଠନ ସହ ତାର କାର୍ଯ୍ୟକାରିତା ସମ୍ପର୍କରେ ବିବିଧ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲାର ୩୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରାମର୍ଶଦାତା ଯୋଗଦେଇଥିଲେ । ଆୟୋଜକ ତଥା ଯୁବରେଡ଼କ୍ରସ ର ପରାମର୍ଶଦାତା ଶ୍ରୀ ସହଦେଵ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ)

No Result
View All Result