No Result
View All Result
ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ସୋମବାର ) ଭୁବନେଶ୍ୱର :– ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଚଳିତ ମାସ ୨୫ ତାରିଖରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଝାରେଡି ରାଧାଗୋବିନ୍ଦ ପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବିଂଚଣାପାଲି ଗ୍ରାମ ଗସ୍ତ କରି ସେଠାରେ ଗଭୀର ନଳକୂପ କ୍ଲଷ୍ଟର ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା କୃଷକମାନେ କିପରି ଜଳସେଚନ ସୁବିଧା ପାଇ ପାରୁଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ । ଜଳସେଚନ ସମସ୍ୟା ସଂପର୍କିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସ୍ଥାନୀୟ କୃଷକ ଓ ଉଠା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ବିଭିନ୍ନ ସ୍ଥାନରେ ଥିବା ଉଠାଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯାଇ ସେଗୁଡିକ ଦ୍ୱାରା କିପରି ଅଧିକ ଜମିକୁ ଜଳସେଚନ କରାଯାଇ କୃଷକମାନେ ଅଧିକ ଲାଭବାନ ହୋଇପାରିବେ, ସେ ସଂପର୍କରେ ଆଲୋଚନା କରି ବିଭାଗୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ଡିଭିଜନ ବ୍ରହ୍ମପୁର ନିର୍ବାହୀ ଯନ୍ତ୍ରୀ ଇଂ.ଶିବରାମ ପଣ୍ଡା ଓ ଅନ୍ୟ ପଦାଧିକାରୀ ଉପସ୍ଥ୍ିତ ଥିଲେ । ସେହିପରି ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ୨୮ ତାରିଖରେ ଭଦ୍ରକ ଜିଲ୍ଲା ଗସ୍ତ କରି ଭଦ୍ରକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି, ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପର୍କରେ ଭଦ୍ରକ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଭଦ୍ରକ ବିଧାୟକ ଶ୍ରୀ ସଂଜୀବ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଓ.ଏଲ୍.ଆଇ .ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ, କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ନିର୍ମାଣାଧିନ ଉଠା ଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ଶୀଘ୍ର ଶେଷ କରିବା, ପାଣି ପଂଚାୟତକୁ ହସ୍ତାନ୍ତର କରାଯାଇଥିବା ପ୍ରକଳ୍ପଗୁଡିକର ରକ୍ଷଣାବେଷଣ ଓ ଜଳସେଚନର ସୁପରିଚାଳନା ଉପରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ବୈଠକରେ ଭଦ୍ରକ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଯଶୋବନ୍ତ ପ୍ରଧାନଙ୍କ ସମେତ ଅନ୍ୟ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

No Result
View All Result