No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ମଞ୍ଚେଶ୍ୱରସ୍ଥିତ ୱାର୍ଲï ସ୍କିଲ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଓଡିଶା ସ୍କିଲ୍ସ ୨୦୨୧ ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି । ଓଡ଼ିଶା ସ୍କିଲ ୨୦୨୧ର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ସ୍କିଲ୍ସ ଆମର ଯୁବଗୋଷ୍ଠୀମାନଙ୍କର ପ୍ରତିଭାକୁ ବୃଦ୍ଧି କରିଛି ଏବଂ ବିଶ୍ୱରେ ଶ୍ରେଷ୍ଠ ହେବା ପାଇଁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ଅଟେ ।

ଆଗାମୀ ୪୬ତମ ସାଂଘାଇ ୱାଲର୍ଡ ସ୍କିଲ୍ ପ୍ରତିଯୋଗିତାରେ ଓଡ଼ିଶା ମିଶନ ୨-୩-୪ ଅର୍ଥାତ ଦୁଇଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ତାମ୍ର ପଦକ ହାସଲ କରିବା ଆମର ଲକ୍ଷ୍ୟ ରହିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ମାନ୍ୟବର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଉଦ୍ବୋଧନ ଦେଇ କହିଥିଲେ ଯେ ସ୍କିଲ ପ୍ରତିଭାମାନଙ୍କୁ ତିଆରି କରି ରାଜ୍ୟ ତଥା ଦେଶର ସୁନାମ ଆଣିବା ଲକ୍ଷ୍ୟରେ ଓଡିଶା ସ୍କିଲ୍ସ ୨୦୨୧ ଆୟୋଜନ କରାଯାଇଛି । ଓଡ଼ିଶା ସ୍କିଲ୍ସ ୨୦୨୧ ଆତ୍ମପ୍ରତ୍ୟୟର ମଞ୍ଚ ଅଟେ, ଯେଉଁଠାରେ ଏକ ସାଧାରଣ ମଣିଷ ଅସାଧାରଣ ପ୍ରତିଭା ଆବିଷ୍କାର କରିବାର ସୁଯୋଗ ପାଇଥାଏ ବୋଲି ମଧ୍ୟ ଶ୍ରୀ ବାଗ୍ଚୀ ପ୍ରକାଶ କରିଥିଲେ ।
ଏହି ଉଦ୍ଯାପନୀ ସମାରୋହରେ ମାନ୍ୟବର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ସ୍କିଲ କ୍ଷେତ୍ରରେ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ଏବଂ ୱାର୍ଲï ସ୍କିଲ ପ୍ରତିଯୋଗିତାରେ ଓଡିଆ ଯୁବକ ଏସ ଅଶ୍ୱଥ ନାରାୟଣ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କଥା କହିଥିଲେ । ଆଗାମୀ ପ୍ରତିଯୋଗିତାମାନଙ୍କରେ ଓଡିଆ ପୁଅଝିଅ ଅଧିକ ସଂଖ୍ୟକ ପଦକ ହାସଲ କରି ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଯୁବଗୋଷ୍ଠୀଙ୍କର ଉତ୍ସାହ ବୃଦ୍ଧି କରି ସେମାନଙ୍କ ପାଇଁ ସୁଯୋଗର ସମ୍ଭାର ସୃଷ୍ଟି କରିବା ଆମର ଲକ୍ଷ୍ୟ ଅଟେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍କିଲ ପ୍ରତିଯୋଗିତା ମାଧ୍ୟମରେ ଆମ ରାଜ୍ୟର ଯୁବଗୋଷ୍ଠୀଙ୍କର ଦକ୍ଷତା ସାରା ବିଶ୍ୱୁ ପ୍ରଦର୍ଶନ କରାଇପାରିବୁ ଏବଂ ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାରେ ପ୍ରସ୍ତୁତ କରିବୁ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପ୍ରତିଭା ଅନେ୍ୱଷଣର ଏକ ମଞ୍ଚ ଓ ଏହା ପ୍ରତିଯୋଗୀମାନଙ୍କୁ ରାଜ୍ୟ ଏବଂ ଜାତୀୟସ୍ତରରେ ପ୍ରତିନିଧିି କରିବାର ସୁଯୋଗ ଦେଇଥାଏ ବୋଲି ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଏସ୍ଡିଏ ସିଇଓ ଶ୍ରୀ ରେଘୁ ଜି କହିଥିଲେ ।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୪୧ଟି ସ୍କିଲ ନିମନ୍ତେ ବିଭିନ୍ନ ଆଇଟିଆଇ, ପଲିଟେକ୍ନିିକ୍, ଇଞ୍ଜିନିୟରିଂ କଲେଜ୍, ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଓ ବିଭିନ୍ନ ସ୍କିଲ ପ୍ରତିଷ୍ଠାନର ୩୯୭ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ । ଭୁବନେଶ୍ୱରର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ସିଭି ରମଣ, ଆଇଏଚ୍ଏମ୍, ଇଣ୍ଟରନାସନାଲ ମାନେଜମେଣ୍ଟ ଇନଷ୍ଟିଚୁ୍ୟଟ୍, କଳିଙ୍ଗ ଇନିଷ୍ଟିଚୁ୍ୟଟ୍ ଅଫ୍ ଆର୍ଟ୍ସ, ୱାର୍ଲï ସ୍କିଲ ସେଣ୍ଟର, ନିଫଫ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଆରଟିଟିସି ବିଏସଏନଏଲ, ଏସଡିଆଇ, ସିଲିକନ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲଜି, ଭିଏଲସିସି , ଇଣ୍ଡଲ ଏବଂ କଟକର ସରକାରୀ ଆଇଟିଆଇ ଭଳି ସର୍ବମୋଟ ୧୫ଟି ସ୍ଥାନରେ ୨୬ ଅଗଷ୍ଟରେ ସମସ୍ତ ସ୍କିଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସାରା ଦେଶରୁ ୫୦ ଜଣ ବିଚାରକଙ୍କୁ ଏହି ପ୍ରତିଯୋଗିତା ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା ।

ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଆଗାମୀ ଆଞ୍ଚଳିକ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିିତ୍ୱ କରିବେ । ଜାତୀୟସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ୨୦୨୨ ସାଂଘାଇରେ ହେବାକୁ ଥିବା ୪୬ତମ ୱାର୍ଲï ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେବେ । ଆଜିର ଉଦ୍ଯାପନୀ ସମାରୋହରେ ୧୩୩ ଜଣ ବିଜେତାଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିଟିଇ ଅତିରିକ୍ତ ସଚିବ, ଶ୍ରୀ ସୁଦର୍ଶନ ପଣ୍ଡା ଏବଂ ଶ୍ରୀ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ଶ୍ରୀ ଅଜୟ ନାୟକ ଓ ରେଣୁପ୍ରଭା ନାୟକ, ଏସୀୟ ଉନ୍ନୟନ ବ୍ୟାଙ୍କ୍ ଓ ଏନ୍ଏସ୍ଡିସିର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result