No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ଭୁୁବନେଶ୍ୱର :- ଜାଇଡସ୍ କାଡିଲା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ କୋଭିଡ୍-୧୯ ଟିକା ଜାଇକଭ୍-ଡିକୁ ଡ୍ରଗ କଂଟ୍ରୋଲର ଜେନେରାଲ୍ ଅ୍ଫ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ମାନ୍ୟତା ପ୍ରଦାନ କରାଯାଇଛି । ଏହା ହେଉଛି ଦୁନିଆର ପ୍ରଥମ ପ୍ଲାଜ୍ମିଡ୍ ଡିଏନ୍ଏ କୋଭିଡ୍ ଟିକା । ତିନି ଡୋଜ୍ ବିଶିଷ୍ଟ ଏହି ଟିକାକୁ ଶୂନ ଦିବସ, ମାସର ୨୮ତମ ଏବଂ ଏହା ପରେ ୫୬ତମ ଦିନରେ ପ୍ରଦାନ କରାଯିବ ।ଏହି ଟିକାକୁ ମଞ୍ଜୁରି ପ୍ରଦାନ କରାଯାଇଥିବାରୁ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ଲାଗି ଭାରତ ଏହାର ପ୍ରଥମ କୋଭିଡ୍-୧୯ ଟିକା ହାସଲ କରିଛି । ଜାଇକଭ୍-ଡି ହେଉଛି ଏକ ଛୁଂଚି ବିହୀନ ଟିକା ଯାହାକୁ ଦି ଫର୍ମାଜେଟ୍ ନାମକ ଏକ ଛୁଂଚି ବିହୀନ ଆପ୍ଲିକେଟର ଜରିଆରେ ପ୍ରଦାନ କରାଯିବ । ତେଣୁ ଏହା ଟିକା ନେଉଥିବା ପିଲାଙ୍କ ପାଇଁ ଯନ୍ତ୍ରଣାମୁକ୍ତ ରହିବ । ପ୍ରଥମ ଥର ଲାଗି ପ୍ଲାଜ୍ମିଡ୍ ଡିଏନଏ ପ୍ଲାଟଫର୍ମରେ ମାନବ ଜାତି ପାଇଁ ସଫଳତାର ସହ ଏକ ଉନ୍ନତ ପ୍ରଯୁକ୍ତି ଭିତିକ ଟିକା ବିକଶିତ କରାଯାଇଛି । ଏହି ପ୍ଲାଟ୍ଫର୍ମରେ ଦ୍ରୁତ ପ୍ଲଗ୍ ଆଣ୍ଡ୍ ପ୍ଲେ ପ୍ରଯୁକ୍ତି ରହିଛି ଯାହା ସହଜରେ ଭାଇରସ୍ର ମ୍ୟୁଟେସନ୍ର ମୁକାବିଲା କରିପାରିବ । କଂପାନି ବର୍ଷକୁ ଜାଇକଭ୍-ଡିର ୧୦-୧୨ କୋଟି ଡୋଜ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ପଙ୍କଜ ଆର୍ ପଟେଲ୍, ଅଧ୍ୟକ୍ଷ, କାଡିଲା ହେଲ୍ଥକେୟାର ଲିମିଟେଡ୍ କହିଛନ୍ତି ଯେ, “ଜାଇକଭ୍-ଡି ସହିତ ଏହା ଏକ ଐତିହାସିକ ମାଇଲଖୁଂଟ ଉତ୍ପାଦ ଯାହାକୁ ଭାରତୀୟ ନବସୃଜନ ଜରିଆରେ ବିକଶିତ କରାଯାଇଥିବା ମାନବ ଜାତି ପାଇଁ ଦୁନିଆର ପ୍ରଥମ ଡିଏନଏ ଟିକା ଏବଂ ଏହା ଦୁନିଆର ସର୍ବବୃହତ ଟିକାକରଣକୁ ସହାୟତା ପ୍ରଦାନ କରିବ । ଆମେ ଅତ୍ୟନ୍ତ ଖୁସି ଯେ କୋଭିଡ୍-୧୯ ବିରୋଧରେ ଆମ ଟିକା ବ୍ୟବହାର କରାଯିବ ଏବଂ ଏହା ଜରିଆରେ ଦେଶର ୧୨-୧୮ ବର୍ଷ ବୟସର ଅଧିକାଂଶ ପିଲାଙ୍କ ଟିକାକରଣ କରାଯିବ । ଏହି ଉଦ୍ୟମରେ ସହଯୋଗ ପ୍ରଦାନ କରିଥିବା ସମସ୍ତ ଗବେଷକ, କ୍ଲିନିକାଲ୍ ଟ୍ରାଏଲ୍ ଇନଭେଷ୍ଟିଗେଟର, ସ୍ୱେଚ୍ଛାସେବୀ ଓ ନିୟାମକ ସଂସ୍ଥାକୁ ମୁଁ ଧନ୍ୟବାଦ ପ୍ରଦାନ କରୁଛି ।’’ ଏହାର ଦୁଇ ଡୋଜ୍ ବିଶିଷ୍ଟ ଟିକା ଲାଗି କଂପାନି ଅନୁମତି ଲୋଡିଛି । ଡିଏନଏ ଟିକାର ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି ଏହା ଉଭୟ ହ୍ୟୁମୋରାଲ ଓ ସେଲ୍ୟୁଲାର ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବ । ଏହା ହେଉଛି ଆଂଟିଜେନ୍ ଭିତିକ ମୂଲ୍ୟବାନ ଇମ୍ୟୁନୋଥେରାପି କାରଣ ତାହା ସୁରକ୍ଷିତ, ସ୍ଥିର ଓ ସହଜରେ ଉତ୍ପାଦନ କରାଯାଇପାରିବ । ଜାଇଡସ୍ ପକ୍ଷରୁ ଜାଇକଭ୍-ଡି ବିକଶିତ କରିବା ଦିଗରେ ସହଯୋଗ ପାଇଁ ନ୍ୟାସନାଲ ବାୟୋଫାର୍ମା ମିସନ, ବିଆଇଆରଏସି, ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅ୍ଫ ଭାଇରୋଲୋଜି, ଇଣ୍ଡିଆନ କାଉନ୍ସିିଲ୍ ଅଫ୍ ମେଡିକାଲ୍ ରିସର୍ଚ ଓ ଫାର୍ମା ଜେଟ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।
No Result
View All Result