No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ବରଗଡ଼ :-ବିଶ୍ଵ ଅଙ୍ଗଦାନ ଦିବସରେ ନିଜର ସର୍ବାଂଗ ଦାନ କରିଥିବା ସ୍ବର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଟିହିଁକି ପାଲି ,ଭେଡେନ ଠାରେ ଅନୁଷ୍ଠିତ ହୋଇଥିଲା। ଶିବିର କୁ ଶ୍ରୀ ଗୌର ଚନ୍ଦ୍ର ପାଣଗ୍ରାହୀ ଫିତା କାଟି ଉଦ୍ଘାଟନ କରିଥିଲେ ବେଳେ ଶିବିର ରେ ସର୍ବମୋଟ ୩୮ୟୁନିଟ୍ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ସ୍ବର୍ଗତ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ସ୍ବର୍ଗତ ଚମ୍ପାବତୀ ଙ୍କ ସ୍ମୁତି ରେ ଏକ ଶ୍ରଦ୍ଧଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କର ଦୁଇ ପୁଅ ରାମେଶ୍ବର ପ୍ରଧାନ, ଉମେଶ ପ୍ରଧାନ ଙ୍କ ସମେତ ତାଙ୍କ ଝିଅ,ବୋହୁ,ନାତି, ନାତୁଣୀ,ସମ୍ପର୍କୀୟ ତଥା ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି

ଅର୍ପଣ କରିବା ସହ ସର୍ବାଙ୍ଗ ଦାନ କରିଥିବା ସ୍ବର୍ଗତ ଦମ୍ପତ୍ତି ଙ୍କ ଏଭଳି ନିଷ୍ପତ୍ତି କୁ ସମସ୍ତେ ଭୂୟସି ପ୍ରଶଂସା କରିବା ସହ ଆଗାମୀ ଦିନରେ ପ୍ରେରଣା ର ଉତ୍ସ ହେବ ବୋଲି ମତ ପ୍ରକାଶ କରିଥିଲେ। ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ ଙ୍କ ସମେତ ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ ଓ ନିଷ୍ଠା ର ସହ ସମ୍ପାଦକ ମଦନ ମୋହନ ଦାସ ସଭା ପରିଚାଳନା କରିଥିଲେ। ଉଭୟ ଙ୍କ ସର୍ବାଙ୍ଗ ଦାନ ଦ୍ଵାରା ସମାଜରୁ ଅନ୍ଧତ୍ବ ଦୂରୀକରଣ ଏବଂ ଡାକ୍ତରୀ ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ନିଷ୍ଠା ପରିବାର ଓ ବୁର୍ଲା ରକ୍ତ ଭଣ୍ଡାର ତରଫ ରୁ ତାଙ୍କ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। (ସତ୍ୟ ନାରାୟଣ ପ୍ରଧାନ)
No Result
View All Result