No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବରଗଡ଼ :- ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେ ବରଗଡ଼ ସହରରେ ପ୍ରତେକ ଦିନ ବୁଲାଗାଇ ଗୋରୁ ଯୋଗୁ ଅନେକ ଅସୁବିଧା ସୃଷ୍ଟି ହେଉଛି। ସେଭଳି ଆଜି ପ୍ରାତଃକାଳରେ ରେ ଅମ୍ବାପାଲି ମଝି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଇ ର ମୃତ୍ଯୁ ଘଟିଛି। ଏ ସଂପର୍କରେ ବଜରଙ୍ଗ ଦଳ କର୍ମକର୍ତାମାନେ ପ୍ରଶାସନ କୁ ସୂଚନା ଦେବା ସତ୍ତ୍ୱେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନେଇଥିଲେ ।
ଫଳରେ ବଜରଙ୍ଗ ଦଳର ପକ୍ଷରୁ ମୃତ ଗାଇର ଶବ କୁ ରଖି ରାସ୍ତା ରୋକ କରିଥିଲେ। ପରେ ବରଗଡ଼ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଘଟଣା ସ୍ଥଳରେ ପହଞ୍ଚି ଲିଖିତ ଭାବେ ଆଗକୁ ଯଦି ଏ ପ୍ରକାର ଘଟଣା ଘଟେ ୧ ଘଣ୍ଟା ମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବଜରଙ୍ଗ ଦଳର କାର୍ୟକର୍ତ୍ତା ରାସ୍ତା ରୋକ ରୁ ଓହରି ଥିଲେ। ଏହି ରାସ୍ତା ରୋକରେ ପ୍ରାନ୍ତ ସହ ସଂଯୋଜକ କିଶୋର ବିଭାର, ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର,ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର,ସୁମିତ,ବ୍ରଜ ଆଦି ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result