No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ବରଗଡ଼ :- ବରଗଡ଼ ସଦର ମହକୁମା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଘୋଷିତ ଇନଡୋର ଷ୍ଟାଡିୟମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ସମେତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଭଟଲି ରୋଡ଼ ସ୍ଥିତ ରାଣା ପ୍ରତାପ ହାଇସ୍କୁଲ ନିକଟ ଖେଳ ପଡିଆ କୁ ବୁଲି ଦେଖିଥିଲେ ।
ପ୍ରସ୍ତାବିତ ଏହି ଜମି ସହର ମଧ୍ୟ ରେ ଥିବା ବେଳେ ଯିବା ଆସିବା କରିବା ପାଇଁ ପ୍ରଶସ୍ଥ ରାସ୍ତା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ରେ ନିର୍ମିତ ହେବାକୁ ଥିବା ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ବରଗଡ଼ ଜିଲ୍ଲା ସଦର ମହକୁମା ରେ ଏହା ନିର୍ମାଣ ପାଇଁ ୯.୫୫କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result