• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁନ୍ଦରଗଡ଼ର ସଉନାମରାରୁ ଅଲିମ୍ପିକ୍ସ ପଦକ – ଅମିତ ରୋହିଦାସ

Proprietor Abhimanyu Maharana by Proprietor Abhimanyu Maharana
August 12, 2021
in ଓଡ଼ିଶା, କ୍ରୀଡ଼ା, ଖେଳ, ମହାନଗର, ହୋମ୍
0
ସୁନ୍ଦରଗଡ଼ର ସଉନାମରାରୁ ଅଲିମ୍ପିକ୍ସ ପଦକ – ଅମିତ ରୋହିଦାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର) ଭୁବନେଶ୍ୱର :-  ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ ପଦକ ଦେବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଛି । ଅମିତ ରୋହିଦାସ। ଭାରତୀୟ ପୁରୁଷ ହକି ଦଳର ଖେଳାଳି, ହକିର ଗଡ଼ ସୁନ୍ଦରଗଡ଼ର ପୁଅ । କାରଣ ଟୋକିଓ ଅଲିମ୍ପିକ୍ସରେ ଅମିତ ରୋହିଦାସ ଚମତ୍କାର ପ୍ରଦର୍ଶନ କରି ରକ୍ଷଣ ଭାଗରେ ୧୫ଟି ପେନାଲ୍ଟି କର୍ଣ୍ଣର ରୋକିଥିଲେ, ଯାହା ଭାରତକୁ ବ୍ରୋଞ୍ଜ୍‌ ପଦକ ଦେବାରେ ସହାୟ ହୋଇଥିଲା । ପୂରା ମ୍ୟାଚରେ ଡିଫେଣ୍ଡର ଅମିତଙ୍କ ପ୍ରଦର୍ଶନ ଯୋଗୁଁ ସେ ଆଜି ଭାରତୀୟ ଦଳର ମୁଖ୍ୟ ଖେଳାଳି ହୋଇଯାଇଛନ୍ତି । କିନ୍ତୁ ଦିନ ଥିଲା ଅମିତଙ୍କ ପାଖରେ ହକି ଷ୍ଟିକ ନଥିଲା କି ଷ୍ଟିକ୍‌ କିଣିବାକୁ ପାଖରେ ପଇସା ନଥିଲା । ସେ ବାଉଁଶ କାଟି ସେଥିରେ ଷ୍ଟିକ୍‌ କରି ହକି ଖେଳୁଥିଲେ।

ଏକଥା ନିଜେ ଅମିତ କହିଛନ୍ତି । ‘‘ସୁନ୍ଦରଗଡ଼ର ଏକ ଛୋଟିଆ ଗାଁରେ ଅତି ସାଧାରଣ ପରିବାରରେ ମୋର ଜନ୍ମ। ମାତ୍ର ୬ ବର୍ଷ ବୟସରୁ ମୁଁ ହକି ଖେଳିବା ଆରମ୍ଭ କରିଥିଲି। ହେଲେ ମୋ ପାଖେ ସେତେବେଳେ ହକି ଷ୍ଟିକ୍‌ ନଥିଲା। ମତେ ହକି ଷ୍ଟିକ କିଣି ଦେବାକୁ ମୋ ପରିବାର ପାଖେ ସମ୍ବଳ ବି ନଥିଲା । ମୁଁ ବାଉଁଶ ଗଛ କାଟି ସେଥିରେ ଷ୍ଟିକ୍‌ ତିଆରି କରି ଖେଳୁଥିଲି। କିନ୍ତୁ ଆଜି ମୋ ପାଖରେ ୪୦ରୁ ୫୦ ଟି ଷ୍ଟିକ ଅଛି। ସେତେବେଳେ ଯଦି ମୁଁ ପରିଶ୍ରମ କରିନଥାନ୍ତି ଆଜି ହୁଏତ ଏ ସଫଳତା ମିଳିନଥାନ୍ତା’’, କହିଛନ୍ତି ଅମିତ ରୋହିଦାସ।

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପରେ ଅଗଷ୍ଟ ୧୦ ରାତିରେ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓଡ଼ିଶା ଫେରିଥିଲେ। ଆଜି ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏଁ ଦିଆଯାଇଥିଲା ବେଳେ ଦୀପ ଗ୍ରେସ୍‌ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ସେହିପରି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ  ଓଡ଼ିଶା ପୋଲିସରେ ଡିଏସ୍‌ପି ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତି ପତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ।

କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ ହେବା ପରେ ଭାବି ବିହ୍ୱଳ ହୋଇପଡ଼ିଥିଲେ ହକି ତାରକା ଅମିତ ରୋହିଦାସ। ଅଲମ୍ପିକ୍ସ ପଦକକୁ ସ୍ୱର୍ଗୀୟ ବାପା ଗୋପାଳ ରୋହିଦାସଙ୍କୁ ଉତ୍ସର୍ଗ କରିବା ସହିତ ସେ କାନ୍ଦି ପକାଇଥିଲେ । ‘‘ଅଲିମ୍ପିକ୍ସ ଖେଳିବାରେ ବାପାଙ୍କ ବହୁତ ଅବଦାନ ରହିଛି। ତାଙ୍କର ସ୍ୱପ୍ନ ଥିଲା ମୁଁ ଅଲିମ୍ପିକ୍ସ ଖେଳି ପଦକ ଆଣେ। କିନ୍ତୁ ଆଜି ବାପା ନାହାନ୍ତି। ଏହି ପଦକ ପାଇଁ ମୁଁ ବହୁତ ପରିଶ୍ରମ କରିଛି। ବାପା ଆଜି ଯେଉଁଠି ବି ଥିବେ ନିଶ୍ଚୟ ଖୁସି ହେଉଥିବେ’’, କହିଥିଲେ ଅମିତ ରୋହଦାସ । ୨୦୨୦ରେ ଅମିତ ରୋହିଦାସଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ। ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା ଅମିତ ଅଲମ୍ପିକ୍ସରେ ଖେଳି ପଦକ ଆଣନ୍ତୁ। ବାପାଙ୍କ ସ୍ୱପ୍ନକୁ ସତ କରିଛନ୍ତି ଅମିତ।

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ସଉନାମରା ଗାଁର ଗୋପାଳ ରୋହିଦାସ ଓ ଗୋଲାପୀ ରୋହିଦାସଙ୍କ ସାନ ପୁଅ ଅମିତ ରୋହିଦାସ। ୧୯୯୩ରେ ଜନ୍ମିତ ଅମିତ ରୋହିଦାସ ପଦ୍ମଶ୍ରୀ ଅଲମ୍ପିଆନ ଦିଲ୍ଲୀପ ତିର୍କୀଙ୍କୁ ଆଦର୍ଶ ମାନି ହକିକୁ କ୍ୟାରିୟର କରିଥିଲେ। ୨୦୦୪ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେବା ପରେ ଅମିତ ରୋହିଦାସ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ୨୦୧୩ରେ ଅମିତ ରୋହିଦାସ ଏସିଆ କପ୍‌ରେ ଭାରତୀୟ ଦଳରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଏହାରିମଧ୍ୟରେ ଅମିତ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା କାସ୍ୟଂ, ଚାମ୍ପିୟନ ଟ୍ରଫି ରୋପ୍ୟ, ୨୦୧୬-୧୭ ବିଶ୍ୱ ହକି ଲିଗ୍‌ କାସ୍ୟଂ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି। ଏହାଛଡ଼ା ୨୦୧୮ ହକି ବିଶ୍ୱକପ୍‌, ପ୍ରଥମ ଥର ପାଇଁ ଚଳିତ ବର୍ଷ ସେ ଟୋକିଓ ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ  ଅନୁଷ୍ଠିତ

April 26, 2026
ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

ବାସନ୍ତୀ ମଡେଲ ଅପର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଶିକ୍ଷକଙ୍କ ବିଦାୟ ସମାରୋହ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

ରାଜସୁନାଖଳା ପଞ୍ଚାୟତରେ ପଞ୍ଚାୟତ ଦିବସ ପାଳିତ

April 26, 2026
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version