No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ବାଙ୍କୀ :- ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ଗ୍ରାମ ପଞ୍ଚାୟତରେ ମନେରେଗା କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକରେ ମହାଦୁର୍ନିତିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ୍ କରିବାକୁ ଦାବି କରାଯାଇ ଆଜି ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ବିଗତ ଦିନରେ କୁସୁପଙ୍ଗି ପଂଚାୟତ ଏବଂ ତାଳବସ୍ତ ପଂଚାୟତରେ ହୋଇଥିବା ମନେରେଗା ମହାଦୁର୍ନୀତି ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଏପରିକି କରୋନା ମହାମାରୀ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଶ୍ରମଜୀବୀମାନଙ୍କୁ ସରକାର ମନେରେଗା ଯୋଜନା ମାଧ୍ୟମରେ କାର୍ଯ୍ୟ ଦିବସ ଯୋଗାଇ ଦିଆଯାଉଥିବା ବେଳେ ଆର୍ଥିକକ ସ୍ୱଚ୍ଛଳ ଥିବା କୁସୁପଙ୍ଗି ଗ୍ରା.ପ. ସରପଂଚଙ୍କ ପରିବାର ଚଞ୍ଚକତା କରି ଜବ୍ କାର୍ଡ ମାଧ୍ୟମରେ ସରକାରୀ ଅର୍ଥ ହଡପ କରିଛନ୍ତି ବୋଲି ଡମପଡ଼ା ବ୍ଲକ କଂଗ୍ରେସ ଅଭିଯୋଗ କରିଛି । ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ କାହିଁକି ଆରମ୍ଭ ହୋଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ନର୍ମାଣ ନାମରେ ୫୦ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି ।
ରୋବାନ ଯୋଜନାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣରେ ଉଦ୍ଦିଷ୍ଟ ଅର୍ଥକୁ କେଉଁ ପରିସ୍ଥିତିରେ ଉଠାଗଲା ଏବଂ ସଂପୃକ୍ତ ଅର୍ଥକୁ ପାନୀୟ ଜଳଯୋଗାଣର ବିଦ୍ୟୁତ୍ ବିଲ୍ ବାବଦରେ ପ୍ରଦାନ କରାଯାଇନଥିବା ବେଳେ କାର୍ଯ୍ୟରତ ଏ.ସି.ଏମ୍ମାନଙ୍କୁ ଦରମା ଦିଆଯାଇନଥିବା ବେଳେ ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଗଲା ବୋଲି ବ୍ଳକ କଂଗ୍ରେସ ଉପସଭାପତି ବାବୁଲି ଦଳେଇ ପ୍ରଶ୍ନ କରିଛନ୍ତି । ଏଥି ସହ ତାଳବସ୍ତ କ୍ଲଷ୍ଟରରେ ୭୭କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେଉଁଠାରେ ସେହି ଅର୍ଥ ବିନିଯୋଗ ହୋଇଛି ବ୍ଲକ ପ୍ରଶାସନ ତାହାର ହିସାବ ଜନସାଧାରଣଙ୍କ ପାଖରେ ରଖିବା ପାଇଁ କଂଗ୍ରେସ ଦାବି କରିଛି । କାହା ଇସାରାରେ ଜବ୍ କାର୍ଡ ଧାରୀ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଶ୍ରମିକଙ୍କ ଗାଡିକୁ ସରକାରୀ କାର୍ଯ୍ୟାଳୟରେ ଭଡାରେ ଲଗାଯାଇଥିଲା ଏବଂ ଏଭଳି ମନେରେଗା ଦୁର୍ନୀତି ସମ୍ନାକୁ ଆସିବା ପରେ ରାତି ଅଧିଆ କାଢ଼ି ଦିଆଗଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ ।
ବିନା ସରକାରୀ କର୍ମଚାରୀଙ୍କ ସହଯୋଗରେ ଏପରି ସରକାରୀ ଅର୍ଥ ତୋଷାରପାତ ଅସମ୍ଭବ । ତେଣୁ ଏହି ବେଆଇନ୍ କାର୍ଯ୍ୟରେ ସହଯୋଗ କରିଥିବା ଓ ସଂପୃକ୍ତ ଥିବା ବ୍ଲକ ବିଡିଓ , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ସେବକ, ଜିଆରଏସ୍, ସହକାରୀ ପ୍ରକଳ୍ପ ଅଧିକାରୀମାନଙ୍କୁ ନିଲମ୍ବନ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବିରେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଗଣ ଧାରଣା ଦିଆଯାଇଛି । ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣ ଧାରାଣାରେ ଜିଲ୍ଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ଦେବେନ୍ଦ୍ର ଧଳ ସାମନ୍ତ,ସୀତାକାନ୍ତ ମହାପାତ୍ର, ଆଲୋକ କୁମାର ସାହୁ,ତ୍ରିନାଥ ଜେନା, ତରଣୀ ମଲ୍ଲିକ, ବାସୁଦେବ ପଣ୍ଡା, ବିକ୍ରମ ମନ୍ତ୍ରୀ, ପିତବାସ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ କଂଗ୍ରେସ ଧାରଣା ଦେବବୋଲି ସଭାପତି ପଟ୍ଟନାୟକ ପ୍ରକାଶ କରିଛନ୍ତି ।
No Result
View All Result