No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲି ସଦର ମହକୁମା ରେ ଥିବା କୋଷ୍ଠା ସେବା ସମବାୟ ସମିତି କୁ ରାଜ୍ୟ ସରକାର ଙ୍କ ବୟନ ଶିଳ୍ପ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି। ସମିତି ର ଉତ୍ତମ କାର୍ଯ୍ୟ ଶୈଳୀ ତଥା ନୂତନ ବୁଣାକାର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ରେ ସଫଳତା ଦୃଷ୍ଟିରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଭାଗୀୟ କମିଶନର ଶୋଭା ଶର୍ମା,ବୟନ ଶିଳ୍ପ ବିଭାଗ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ ଙ୍କ ଉପସ୍ଥିତି ରେ ସମିତି ର ସମ୍ପାଦକ ପଞ୍ଚାନନ ମେହେର ପୁରସ୍କାର ଗ୍ରହଣ କରିଥିଲେ । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result