No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେଣା ଗ୍ରାମ ପଞ୍ଚାୟତ ରେ ଚାରି ଦିନ ଧରି ଲୋକମାନଙ୍କୁ କୋଭିଡ୍ ଟୀକାକରଣ କରାଯାଇଛି। ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ ଙ୍କ ପ୍ରଚେଷ୍ଟା ଯୋଗୁ ଗ୍ରାମ ପଞ୍ଚାୟତ ର ମଧୁବନ, ବଳଭଦ୍ରପୁର, ରୋହି ସାହି,
ପେଟାପଲ୍ଲୀ,ସୀତାରାମ ପୁର,ଆଦି ଗ୍ରାମର ୮୦ ପ୍ରତିଶତ ଲୋକଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ସମାଜ ସେବୀ ଯୁଗଳ କିଶୋର ସାହୁ ଙ୍କ ସମେତ ପଞ୍ଚାୟତ ବାସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result