No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଏସବିଆଇରେ ବ୍ୟକ୍ତିଗତ ସୁନା ଋଣ ନେବାର ସୁବିଧା ରହିଛି । ନିଜର ସୁନା ଗହଣା ସମେତ ବ୍ୟାଙ୍କରେ ବିକ୍ରି ହେଉଥିବା ସୁନା କଏନକୁ ବନ୍ଧକ ରଖିବା ସହ ସୀମିତ କାଗଜପତ୍ର କାମ ଓ କମ୍ ସୁଧ ହାରରେ ସୁନା ଋଣ ହାସଲ କରିହେବ । ବର୍ତମାନ ସମୟରେ ଜରୁରୀକାଳୀନ ପାଣ୍ଠି ପାଇଁ ସୁନା ଋଣ ହେଉଛି ସବୁଠୁ ସହଜ ଓ ସୁରକ୍ଷିତ ଉପାୟ । ୟୋନୋ ଏସବିଆଇରେ ସୁନା ଋଣ ପାଇଁ ଆବେଦନ କରିବା ଅତ୍ୟନ୍ତ ସହଜ :
ନିଜ ଘରେ ଆରାମରେ ରହିବ ଋଣ ପାଇଁ ଆବେଦନ କରନ୍ତୁ
୮.୨୫% ଭଳି କମ୍ ସୁଧ ହାର (୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୦.୭୫% ରିହାତି ରହିଛି)
କମ୍ କାଗଜପତ୍ର କାମ
ପ୍ରୋସେସିଂ ସମୟ କମ୍
ଶାଖାରେ ଅପେକ୍ଷା ସମୟ କମ୍ ଚାରିଟି ସହଜ ଉପାୟରେ ୟୋନୋ ଏସବିଆଇକୁ ବ୍ୟବହାର କରି ସୁନା ଋଣ ହାସଲ କରନ୍ତୁ :
୧. ଋଣ ପାଇଁ ଆବେଦନ କରନ୍ତୁ
କ. ୟୋନୋ ଖାତା ବ୍ୟବହାର କରିବାକୁ ଲଗ୍ ଇନ୍ କରନ୍ତୁ
ଖ. ହୋମ୍ ପେଜ୍ରେ ମେନୁରେ କ୍ଲିକ୍ କରନ୍ତୁ
ଗ. ଋଣରେ କ୍ଲିକ୍ କରନ୍ତୁ
ଘ. ସୁନା ଋଣରେ କ୍ଲିକ୍ କରନ୍ତୁ
ଙ. ଆପ୍ଲାଏ ନାଓରେ କ୍ଲିକ୍ କରନ୍ତୁ
ଚ. ଗହଣାର ବିବରଣୀ ପୂରଣ କରନ୍ତୁ (ପ୍ରକାର, ମାନ, କ୍ୟାରେଟ ଓ ନିଟ୍ ଓଜନ) ଓ ତା’ ସହିତ ତଳକୁ ଦିଆଯାଇଥିବା ସ୍ଥାନଗୁଡ଼ିକରେ ବିବରଣୀ ଦିଅନ୍ତୁ (ଆବାସିକ ପ୍ରକାର, ପେସା ପ୍ରକାର), ମାସିକ ନିଟ୍ ଆୟ ପୂରଣ କରନ୍ତୁ ଏବଂ ଆବେଦନକୁ ଦାଖଲ କରନ୍ତୁ
୨. ସୁନା ସହିତ ଶାଖା ପରିଦର୍ଶନ କରନ୍ତୁ
କ. ବନ୍ଧକ ରଖିବାକୁ ଥିବା ସୁନା ସହିତ ୨ଟି ଫଟୋ ଓ କେୱାଇସି କାଗଜପତ୍ର ନେଇ ଶାଖାକୁ ଯାଆନ୍ତୁ
୩. କାଗଜପତ୍ରରେ ଦସ୍ତଖତ କରନ୍ତୁ
୪. ଋଣ ପାଆନ୍ତୁ
କିଏ ଏସ୍ବିଆଇ ସୁନା ଋଣ ନେଇପାରିବେ
୧୮ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତି ଯାହାଙ୍କ ଆୟ ଉତ୍ସ ଥିବ ଓ ତା ସହିତ
ପେନ୍ସନ୍ଭୋଗୀ (ଆୟର କୌଣସି ପ୍ରମାଣ ଦରକାର ନାହିଁ) ଋଣ ନେବା ଲାଗି ଦରକାର ହେଉଥିବା କାଗଜପତ୍ର
ସୁନା ଋଣର ଆବେଦନ ସହିତ ଦୁଇଟି ଫଟୋଗ୍ରାଫ୍
ଠିକଣାର ପ୍ରମାଣପତ୍ର ସହିତ ପରିଚୟ ପ୍ରମାଣପତ୍ର
ଋଣ ପରିମାଣ: ସର୍ବନିମ୍ନ-୨୦,୦୦୦ ଟଙ୍କା । ସର୍ବାଧିକ-୫୦ ଲକ୍ଷ ଟଙ୍କା ମାର୍ଜିନ୍-୨୫% (ବୁଲେଟ୍ ରିପେମେଂଟ୍ ଗୋଲ୍ଡ ଲୋନ୍ରେ ୩୫%) ସୁଧ ହାର-ବର୍ତମାନ ଏସବିଆଇ ଗ୍ରାହକଙ୍କୁ ୭.୫% ଭଳି କମ୍ ସୁଧରେ ସୁନା ଋଣ ଦେଉଛି ଋଚ୍ଚର ଅବଧି: ୩୬ ମାସ (ବୁଲେଟ୍ ରିପେମେଂଟ୍ ଗୋଲ୍ଡ ଲୋନ୍ରେ ୧୨ ମାସ- ଏଥିରେ ଋଣ ଅବଧିରେ ରିପେମେଂଟ୍ର କୌଣସି ସର୍ତ ନାହିଁ)
କେଉଁଠାରେ ଆବେଦନ କରିବେ
ୟୋନୋ
ଏସବିଆଇ ଶାଖା
ଫୋରକ୍ଲୋଜର ଫି’-ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କ ପାଇଁ ଫୋରକ୍ଲୋଜର
ଚାର୍ଜ ଓ ପ୍ରି-ପେମେଂଟ୍ ଜରିମାନାକୁ ଉଚ୍ଛେଦ କରାଯାଇଛି ।
No Result
View All Result