No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ନୟାଗଡ :- ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ କଜଳାଇପାଲ୍ଲୀ ଗ୍ରାମ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା | କିଛି ଦିନ ଭିତରେ କିଛି ଅସାମାଜିକ ଅଫିସର ଙ୍କ ପାଇଁ କଜଳାଇପାଲ୍ଲୀ ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଲୋକଙ୍କ ପେଟକୁ ସିଧା ସଳଖ ନାତ ମାରିବାକୁ ପଛ ଘୁଞ୍ଚା ଦେଇନଥିଲେ କଜଳାଇପଲ୍ଲୀ ଗ୍ରାମସେବକ ସଂଗୀତ ସେଠି | ଏଇ କିଛି ଦିନ ମଧ୍ୟ ରେ ଏହି ରାସନ ସାମଗ୍ରୀ ବଣ୍ଟନ ରେ କିଛି ଅବ୍ୟବସ୍ଥା ହେବାରୁ ଜଣେ ଶିକ୍ଷିତ ଯୁବକ ଅଭିଯୋଗ କରିଥିବାରୁ ଗ୍ରାମସେବକ ଙ୍କ ଇଙ୍ଗିତରେ ତାଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ ହୋଇଥିଲା ସେ ଓଡଗାଁ ବି.ଡ଼ି.ଓ ଶ୍ୱେତଲେଖା ଦଶ ଓ ଜ଼ିଲ୍ଲାପାଳ ପୋମା ଟୁଡୁ ,ଉପଜ଼ିଲ୍ଲା ପାଳ,ଲଗ୍ନାଜିତ ରାଉତ , ଙ୍କୁ ଲିଖିତ ଆକାରରେ ପୀଡିତ ଯୁବକ ଦେଇଥିଲେ ଏବଂ ଉପଜ଼ିଲ୍ଲା ପାଳ,ଲଗ୍ନାଜିତ ରାଉତ ମଧ୍ୟ ଓଡଗାଁ ବି.ଡ଼ି.ଓ ଙ୍କୁ ଆକ୍ସନ ନେବାପାଇଁ କହିଥିଲେ ବି କୌଣସି ସୁଫଳ ହେଇନଥିଲା |

ବର୍ତ୍ତମାନ କଜଳାଇପାଲ୍ଲୀ ପଞ୍ଚାୟତ ରୁ ଗୋଲଗାଁ,ପାଣୀଭଣ୍ଡାର,ବଧିସIହି, କଜଳାଇପାଲ୍ଲୀ, ବଡ଼କୁଟୁଣୀ,ସାନକୁଟୁଣୀ,ମଶାଣିଝୋଲା,ଖାଳିସାହି,ସିମିଳି,ମକାମIରୁ,ବେଲରଗଡ଼ି, ପୁନିପଡା, ଗୋଛା ୧୩ ଟି ଗ୍ରାମ ଚାଉଳ ନେବାଉଥିବା ବେଳେ ଗ୍ରାମସେବକ ଙ୍କ ଏପରି ନୀତି ରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି | ଅଢେଇ ଲିଟର କିରୋସି ପିଛା ୧୨୩ ଟଙ୍କା ନେଉଥିବା ଲୋକେ ଗତ କIଲି ତା ୬. ୮.୨୦୧୧ ରେ ଓଡଗାଁ ବି.ଡ଼ି.ଓ ଙ୍କ ସମେତ ସପ୍ଲାୟଇନ୍ସ୍ପେକଟର ଙ୍କୁ ଅଭିଯୋଗ କରିଥିଲେ ଅଭିଯୋଗ ଶୁଣି ସପ୍ଲାୟଇନ୍ସ୍ପେକଟର ସଂଗେସଂଗେ ଗ୍ରIମସେବକ ସଂଗୀତା ସେଠୀ ଙ୍କୁ କଲ ଯୋଗେ ପଚାରିଥିଲେ କିନ୍ତୁ ସେ ସପ୍ଲାୟଇନ୍ସ୍ପେକଟର ଙ୍କୁ ୫୦ ଟଙ୍କା ରେ ନୁହେଁ ୪୫ ଟଙ୍କା ଦେଉଛୁ ବୋଲି କହିଥିଲେ |

ତାଙ୍କ କଥାକୁ ମିଛ ଜାନିପରି ତାଙ୍କୁ ଏପରି କାମ ନ କରିବାକୁ ତାଗିତ ମଧ୍ୟ କରିଥିଲେ | କିଛି ନେତା ଙ୍କ ବାହୁବଳ ରେ ବଳିୟାନ ହୋଇ ଏପରି କାଜ୍ୟ କରୁଥିବା ମଧ୍ୟ ଲୋକେ କଥା ହଉଛନ୍ତି | ସେ ବହୁ ଭୁଲ କରିବା ପରେ ବି ବରମ ବାର ଗଣମାଧ୍ୟମ ରେ ପ୍ରକାଶ ପାଇଥିଲେ ବି ତାଙ୍କ ଉପରେ କୌଣସି କାଯ୍ୟନୁଷ୍ଠ ନିଆଯାଉନାହିଁ | କଜଳାଇପଲ୍ଲୀ ରେ ଏପରି ବ୍ୟାପକ ଦୁର୍ନୀତି ହେଉଥିବାରୁ ଆସନ୍ତା ତା ୧୦.୦୮.୨୦୧୧ ରେ କଜଳାଇପଲ୍ଲୀ ପଞ୍ଚାୟତ ତାଲା ବନ୍ଦ କାଜ୍ୟକ୍ରମ କରିବା ପାଇଁ ନିର୍ମାଣ ଶ୍ରମିକ ଇଉନିଆନ ତରଫରୁ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ ଙ୍କ ନେତୃତ୍ଵରେ କଜଳାଇପଲ୍ଲୀ ଗ୍ରାମ ପଞ୍ଚାୟତ ର ଗ୍ରାମ ବାସି ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ତାଲା ବନ୍ଦ କାଜ୍ୟକ୍ରମ କରିବା ପାଇଁ ନିଷ୍ପତି ନେଇଛନ୍ତି | (ରିପୋର୍ଟ – ରାମକୃଷ୍ଣ ରଥ, ନୟାଗଡ଼ )
No Result
View All Result