• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ଧ୍ର ଚାଷୀ କବ୍‌ଜାରେ ଓଡିଶା ଚାଷୀର ଜମି ଦୀର୍ଘ ୪୦ ବର୍ଷର ଓଡିଶା-ଆନ୍ଧ୍ର ଜମି ବିବାଦ; ପୁଣି ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

Proprietor Abhimanyu Maharana by Proprietor Abhimanyu Maharana
August 6, 2021
in ଓଡ଼ିଶା, ଗଜପତି, ଗଞ୍ଜାମ, ହୋମ୍
0
ଆନ୍ଧ୍ର ଚାଷୀ କବ୍‌ଜାରେ ଓଡିଶା ଚାଷୀର ଜମି ଦୀର୍ଘ ୪୦ ବର୍ଷର ଓଡିଶା-ଆନ୍ଧ୍ର ଜମି ବିବାଦ; ପୁଣି ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :- ଆନ୍ଧ୍ର ସୀମାନ୍ତରେ ଗଜପତି ଜିଲ୍ଲା ରହିଛି । ଏହାର ସୁଯୋଗରେ ଆନ୍ଧ୍ରର କିଛି ଶକ୍ତିଶାଳୀ ଜମିମାଫିଆ ଆନ୍ଧ୍ର ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଓଡିଶାର ଗରୀବ ଚାଷୀଙ୍କ ଜମିକୁ ଆନ୍ଧ୍ର ସୀମାରେ ଥିବା ଦର୍ଶାଇ ଦୀର୍ଘ ୪୦ ବର୍ଷ ଧରି ଦଖଲରେ ରଖିଛନ୍ତି । ଓଡିଶା ତଥା ଗଜୁପତି ଜିଲ୍ଲାର ଏହି ଗରୀବ ଚାଷୀମାନେ ଗତ ୪୦ବର୍ଷ ମଧ୍ୟରେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସେମାନଙ୍କ ଚାଷ ଜମି ଫେରି ପାଇବା ପାଇଁ । ତଥାପି ଆଜି ସୁଦ୍ଧା ଗଜପତିର ଚାଷୀକୁ କୌଣସି ନ୍ୟାୟ ମିଳିନାହିଁ । ଏହି ନ୍ୟାୟ ଭିକ୍ଷାକରି ପୁଣି ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଏହି ଚାଷୀମାନେ ।

ଘଟଣାରୁ ପ୍ରକାଶ, ଦୀର୍ଘ ୪୦ ବର୍ଷ ଧରି ଓଡିଶାର ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ସୀମାନ୍ତରେ ଥିବା ଚେରିଗୁଡି ଖାସ୍ପା ଅଞ୍ଚଳର ଚାଷ ଜମିର ମାଲିକାନା ନେଇ ବିବାଦ ରହି ଆସିଛି । ଏହି ବିବାଦର ସମାଧାନ ପାଇଁ ଉଭୟ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ବିଭାଗ ଅଧିକାରୀମାନେ ଉଭୟ ରାଜ୍ୟର ମ୍ୟାପ୍‌କୁ ଦେଖି ଜମି ଚିହ୍ନଟ କରିଛନ୍ତି । ତଥାପି ଆନ୍ଧ୍ର ଚାଷୀଙ୍କ ଜୁଲମ ଯୋଗୁଁ ଏହି ବିବାଦ ତୁଟିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ,ଗତ ୪୦ବର୍ଷରୁ ଉର୍ଦ୍ଧ ହେଲା ପାରଳାଖେମୁଣ୍ଡି ତହସିଲ,କାଶୀନଗର ତହସିଲ ଓ ଆନ୍ଧ୍ରର ଶ୍ରୀକାକୁଲମ୍ ତହସିଲ ୩ଗୋଟି ତହସିଲର ସଂଯୋଗ ସ୍ଥଳୀ ଆନ୍ଧ୍ରର ଏସ.କାବିଟି ଗ୍ରାମ ନିକଟରେ ୧୨ଏକର ଚାଷ ଜମି ରହିଆସିଛି ।

ଏହି ୧୨ଏକର ଚାଷ ଜମିକୁ ନେଇ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଚାଷୀମାନଙ୍କ ମଧ୍ୟରେ ଦୀର୍ଘ ୪୦ବର୍ଷ ଧରି ବହୁ ବିବାଦ ରହିଆସିଛି । ଗତ ୪୦ବର୍ଷ ହେଲା ପ୍ରତ୍ୟେକ ବର୍ଷ ଆନ୍ଧ୍ରର ଶ୍ରୀକାକୁଲମର ଚାଷୀମାନେ ଜବରଦସ୍ତି ବଳପୂର୍ବକ ଏହି୧୨ ଏକର ଚାଷ ଜମିରୁ ବିଭିନ୍ନ ଫସଲ କାଟି ନେଉଥିଲେ । ଏ ନେଇ ଓଡିଶା ଚାଷୀମାନଙ୍କର ବାରମ୍ବାର ନିବେଦନ ଓ ଫସଲ କଟାକୁ ବିରୋଧ ସତ୍ୱେ ଆନ୍ଧ୍ର ଚାଷୀମାନେ ବଳପୁର୍ବକ ଭାବେ ଫସଲକୁ କାଟି ନେଉଥିଲେ । ବିବାଦ ଦିନକୁ ଦିନ ବଢି ଚାଲିଥିଲେ ସୁଦ୍ଧା ଉଭୟ ରାଜ୍ୟର ପ୍ରଶାସନ କୌଣସି ପ୍ରତିକାର କରୁ ନ ଥିଲେ । ପରିଶେଷରେ ୧୦ମାସ ପୂର୍ବେ ତତ୍କାଳୀନ ଜିଲ୍ଲାପାଳ ଅନୁପମ ସାହା ହସ୍ତକ୍ଷେପ କରି ଉଭୟ ଗଜପତି ଓ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନର ମିଳିତ ଅନୁଧ୍ୟାନ ଓ ମାପଚୁପ କରି ଜମିକୁ ଚିହ୍ନଟ କରିବା ସହ ଓଡିଶାର ଚାଷୀଙ୍କ ଜମିରେ ସେମାନଙ୍କ ମାଲିକାନା ଜାହିର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହା ଆଜି ଯାଏ ସମାଧାନ ହୋଇପାରନି ।

ତେଣୁ ଉକ୍ତ ଚେରିଗୁଡି ଖାସ୍ପା ଅଞ୍ଚଳର ଚାଷୀମାନେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେମାନେ କହିଛନ୍ତି ଯେ, ଏହି ମାମଲାର ସମାଧାନ ପାଇଁ ପୂର୍ବତନ ଜିଲ୍ଲାପାଳ ବିଭିନ୍ନ ପଦକ୍ଷେପ ନେଇଥିଲେ ସୁଦ୍ଧା ଆଜି ଯାଏଁ ତା ହାର ସମାଧାନ ହୋଇପାରିନି । ଏବେବି ଆନ୍ଧ୍ରର ଚାଷୀମାନେ ଉକ୍ତ ୧୨ଏକର ଚାଷ ଜମିରେ ନିଜର ଦବଦବା ଜାହିର କରିବା ସହ ଫସଲ ଆଦାୟ କରିଚାଲିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଓଡିଶାର ଜମି ଓଡିଶାକୁ ଫେରିବ ବୋଲି ଏମାନେ ଜଣାଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version