No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର) ବରଗଡ଼ :- ବରପାଲି ସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ର ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ କୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶିଘ୍ର ଶେଷ କରିବା କୁ କହିଥିଲେ। ୧୯୭୦ ରୁ କବି ଗଙ୍ଗାଧର ମେହେରଙ୍କ ବାସ ଭବନ କୁ ରାଜ୍ୟ ସରକାର (ମ୍ୟୁଜିୟମ) ବା ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

ଏହାକୁ ଦେଖିବା କୁ ଓ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏଠାକୁ ଆସିଥାନ୍ତି। ଏଠାରେ କବି ଗଙ୍ଗାଧର ମେହେରଙ୍କ ବ୍ୟବହୃତ ସାମଗ୍ରୀ, କୃତି ରହିଛି। ତେବେ ବର୍ତ୍ତମାନ ମରାମତି କାର୍ଯ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ମରାମତି କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ମହେନ୍ଦ୍ର ମେହେର, ନିରଞ୍ଜନ ମେହେର, ନରେନ୍ଦ୍ର ହୋତା,ଭୁବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result