No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ପାରଳାଖେମୁଣ୍ଡି :- ବିଜେଡ଼ି କୁ ସୁଦୃଢ କରାଯିବ ସହ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ବାଜିମାତ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି।ଆଜି ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟ ସାଚି ନାୟକ ତାଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ସାରି ଗଜପତି ଜିଲ୍ଲାରେ ଦଳୀୟ ସଂଘଟାନ ମଜବୁତ୍ କରିବାକୁ ଆସିଥିଲେ।ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ,ବସନ୍ତ ଦାସ ଲକ୍ଷ୍ମୀକାନ୍ତ ପରିଛା ଯୁବ ବିଜେଡ଼ିଜିଲ୍ଲାସଭାପତି ଏସ ଲିଙ୍ଗରାଜ।

କାଶୀନଗର ଟାଉନ୍ ସଭାପତି ରଘୁରାମ ସାହୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗବରା ତିରୁପତି କେ ମଧୁ ଏମ୍ ସୁଧା ରାଣୀ ଏମ୍ ପ୍ରବୀଣ କୁମାର, ପଦ୍ମିନୀ ସାହୁ କାଶୀନଗର ବ୍ଲକ୍ ର କତାଗୁଡ଼ା ଘାଟି ଠାରୁ ପର୍ଯ୍ୟବେକ୍ଷକ ଅତନୁ ଙ୍କୁ ସ୍ଵାଗତ କରି ଆଣିଥିଲେ। ସେଠାରୁ କାଶୀନଗର ବ୍ଲକ୍ ର ଖାରଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ସମସ୍ତ କର୍ମୀ ଓ ନେତା ମାସ୍କ ପିନ୍ଧିବାକୁ କୁହାଯାଇଥିଲା ।
ଖାରଡ଼ା ଠାରେ ଅନୁଷ୍ଟିତ ବୈଠକ ରେ ସାଂସଦ ଶ୍ରୀ ସାହୁ ସଭାପତିତ୍ବ କରିଥିଲେ।ପାରଳା ରାଜକୁମାରୀ ସୁଶ୍ରୀ କଲ୍ୟାଣୀ ଦେବୀ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ଯୁବ ବିଜେଡ଼ି ନେତା ରୂପେଶ୍ ପାଣିଗ୍ରାହୀ ଯୁବ ନେତା ଗବରା ତିରୁପତି ଅଖିଳ ପାତ୍ର ସି.ଏଚ୍ଚ. ଲୋକନାଥ ଖାରଡ଼ା ସରପଞ୍ଚ ଲୋକେଶ ଅନ୍ୟାନ୍ୟ ପଞ୍ଚାୟତ ର ବହୁ କର୍ମୀ ବିଜେଡ଼ି ରେ ସାମିଲ ହୋଇଥିଲେ।ନବୀନଙ୍କସ୍ୱଚ୍ଛ ଶାସନ ସାଂସଦ ଙ୍କ ସାଙ୍ଗଠନିକ ଦକ୍ଷତା କୁ ପାଥେୟ କରି ଓ ଶ୍ରୀ ତିରୁପତି ପାଣିଗ୍ରାହୀ ଙ୍କ ସମର୍ଥକ ମାନେ ଏହି ସମାବେଶ ଯୋଗଦେଇ ଥିଲେ।

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତେ ଧ୍ୟାନ ଦେଇସଙ୍ଗଠନକୁ କରିବା ସହ କାମ କରି ନବୀନ ବାବୁ ଙ୍କ ହାତ ମୁଠାକୁ ଟାଣ କରିବାକୁ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ଯୋଗଦେଇ ଥିଲେ l କୋଭିଡ କଟକଣାକୁ ନମାନି ବହୁ ସଂଖ୍ୟାରେ ଜଣସାଧାରଣ ଯୋଗଦେଇଥିବାସହ l ସରକାର ଙ୍କ କୋଭିଡ ଗାଇଡଲାଇନ ଉଲ୍ଲଘଂନ କରି ଭୋଜି କରିବା ସହ ସମାବେଶ କରାଯଇଥିଲା ବୋଲି ଅଭିଯୋଗକରି ଶାସକ ଦଳର ଏପରି ଆଚରଣକୁ ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରୀ ନିନ୍ଦା କରିଛନ୍ତି l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result